ଦୁଇ ସପ୍ତାହ ପରେ ଶ୍ରୀଲଙ୍କାରୁ ହଟିଲା ଜରୁରୀ ପରିସ୍ଥିତି

add-all

କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାବାସୀଙ୍କ ପାଇଁ ଆସିଛି ଖୁସିଖବର। ଦୀର୍ଘ ଦୁଇ ସପ୍ତାହ ପରେ ଶ୍ରୀଲଙ୍କାରୁ ହଟିଲା ଜରୁରୀ ପରିସ୍ଥିତି। ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଏଭଳି ଏକ ନିଷ୍ପତ୍ତି ନେଇ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଆର୍ଥିକ ସଙ୍କଟ, ସରକାର ବିରୋଧରେ ଲୋକଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ମେ’ ୬ ତାରିଖ ତଥା ଦୁଇ ସପ୍ତାହ ପୂର୍ବେ ବିଳମ୍ବିତ ରାତିରେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା। ଶନିବାର ଏହାକୁ ହଟାଇ ଦିଆଯାଇଛି।
ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟ୍ଟାବାୟା ରାଜପାକ୍ଷେ ଗୋଟିଏ ମାସରେ ଦୁଇଥର ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ। ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ କୁହାଯାଇଛି ଶୁକ୍ରବାର ମଧ୍ୟରାତ୍ରୀରୁ ସାରା ଦେଶରୁ ଜରୁରୀପରିସ୍ଥିତି ହଟାଇ ଦିଆଯାଉଛି। ଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ସୁଧୁରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ବାସ୍ତବରେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଖାଦ୍ୟ, ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକେ। ଏହାକୁ ନେଇ ଲୋକେ ଶ୍ରୀଲଙ୍କାର ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ। ଏହି ଆର୍ଥିକ ସଙ୍କଟ ପାଇଁ ସେମାନେ ଶ୍ରୀଲଙ୍କା ସରକାରଙ୍କୁ ଦାୟୀ କରିଛନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇ ସହ ହିଂସା ଘଟିଥିଲା। ଏହକୁ ଦେଖି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ।
୧୯୪୮ ମସିହାରେ ଇଂରେଜଙ୍କ କବଳରୁ ଶ୍ରୀଲଙ୍କାକୁ ସ୍ୱାଧୀନତା ମିଳିଥିଲା। ଦେଶ ସ୍ୱାଧୀନ ହେବା ପରେ ଏହା ଦେଶର ସବୁଠାରୁ ବଡ ଆର୍ଥିକ ସଙ୍କଟ। ଦେଶରେ ମହଙ୍ଗାସ୍ଥିତି ଲୋକଙ୍କ ଉପରେ ଏହିଭଳି ପ୍ରଭାବ ପକାଇଛି ଯେ ଦେଶର ମୁଦ୍ରାସ୍ଫିତି ୪୦ ପ୍ରତିଶତ ଦର ଆଡକୁ ବଢିଛି। ଦେଶରେ ଲୋକଙ୍କ ଦୈନିକ ଆବଶ୍ୟକତା ପୂରଣ ହୋଇନପାରିବା ଯୋଗୁ ଲୋକେ ଚିନ୍ତାରେ ରହିଛନ୍ତି । ସାଧାରଣ ଲୋକଙ୍କୁ ଔଷଧ, ତେଳ ଭଳି ଜରୁରୀ ଜିନିଷ ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

ad-week
Leave A Reply

Your email address will not be published.