ହିନ୍ଦୋଳ ଫରେଷ୍ଟ ରେଞ୍ଜ୍‌ରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର

add-all

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ କର୍ଣ୍ଣପୁଟ ବିଟର କୋଇ ରିଜର୍ଭ ଫରେଷ୍ଟରେ ଏକ ବାଘର ଗଳିତ ମୃତଦେହ ଠାବ କରାଯାଇଛି। ଜଙ୍ଗଲରେ ବିଛା ଯାଇଥିବା ଜାଲରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ଢେଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି।

ଢେଙ୍କାନାଳରେ କଲରାପତରିଆ ବାଘ ବଂଶ ବୃଦ୍ଧି ହୋଇଥିବା ବେଳେ ବନ ବିଭାଗର ଢିଲା ପେଟ୍ରୋଲିଂ କୁ ନେଇ ଏ ଭଳି ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି।ଏଥିପ୍ରତି ଦୃଷ୍ଟି ଦେବାକୁ ପରିବେଶ ପ୍ରେମୀ ଦାବି କରିଛନ୍ତି।

ତେବେ ବାଘ ମୃତ୍ୟୁ ଘଟଣା ରେ ତିନି ଜଣକୁ ଅଟକ ରଖାଯାଇଥିବା ବେଳେ ତାଙ୍କ ସଂପୃକ୍ତି ନଥିବାରୁ ତାଙ୍କୁ ଛାଡି ଦିଆଯାଇଥିବା ବୋଲି ଢେଙ୍କାନାଳ ଡିଏଫଓ କହିଛନ୍ତି।

ad-week
Leave A Reply

Your email address will not be published.