ଯାଜପୁର ମଙ୍ଗଳପୁର ରାଜପଥ କଡ଼ ଜଙ୍ଗଲରେ ପଡିଛି ମଣିଷର କଟାଗୋଡ଼

add-all

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ୫୩ ନଂମ୍ବର ଜାତୀୟ ରାଜପଥ ପାଖ ଜଙ୍ଗଲରୁ ଜଣେ ଅଜଣା ବ୍ଯକ୍ତିଙ୍କ କଟା ଗୋଡ଼ ରାସ୍ତା କଡ଼ରେ ପଡିଥିବା ଦେଖିବାକୁ ମିଳିଛି । ତେବେ ଏହି କଟା ଗୋଡ଼ଟି କାହାର ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଧିକ ତଦନ୍ତ ପାଇଁ କେନ୍ଦ୍ରାପଡ଼ରୁ ସାଇଣ୍ଟିଫିକ ଟିମ୍‌ ଆସିବା ପରେ ଅଧିକ ସୂଚନା ମିଳିପାରିବ ବୋଲି ସୁକିନ୍ଦା ଥାନା ଅଧିକାରୀ କହିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏଭଳି ପରିସ୍ଥିତିରେ ଏହି କଟା ଗୋଡ଼ କେଉଁଠୁ ଆସିଲା ଓ ଏହାକୁ କିଏ ଏହି ସ୍ଥାନରେ ପକାଇଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.