
ନୂଆଦିଲ୍ଲୀ: ଗତ ୮ ବର୍ଷ ମଧ୍ୟରେ ଭାରତର ଗଣତନ୍ତ୍ରକୁ ଅଧିକ ସୁଦୃଢ଼ ଓ ମଜବୁତ କରିଛି ବିଜେପି। ଜାପାନଗସ୍ତରେ ଥିବା ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଥିବା ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍ବୋଧନ ଦେଇ ଏହା କହିଛନ୍ତି। କ୍ୱାର୍ଡ ସମ୍ମିଳନୀ ଉପଲକ୍ଷେ ଟୋକିଓ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ୮ ବର୍ଷରେ ବିଜେପି ଗଣତନ୍ତ୍ରକୁ ସଶକ୍ତ କରିଛି। ପ୍ରଗତୀର ସବୁଠାରୁ ବୃହତ୍ତର ସ୍ତମ୍ବ ଗଣତନ୍ତ୍ର ପାଇଁ ସେବା ଜାରି ରଖିଛି ବିଜେପି। ଆମେ ବ୍ୟବସ୍ଥାକୁ ନିର୍ମାଣ ଅଭିମୁଖେ କାର୍ଯ୍ୟ ଜାରି ରଖିଛୁ। ଦେଶର ପ୍ରତିଟି ନାଗରିକଙ୍କ ଆବଶ୍ୟକ ପୂରଣ ଲାଗି ସରକାର ଉଦ୍ୟମ ଜାରି ରଖିଛି।
ସାମ୍ମୁହିକ ବିକାଶ ଦିଗରେ ବିଜେପି ସରକାର ବଦ୍ଧ ପରିକର। ଯେଉଁଥି ପାଇଁ ଦେଶର ଗଣତନ୍ତ୍ର ମଜବୁତ ହୋଇପାରିଛି। ଦୁଇ ଦିନିଆ ଜାପାନଗସ୍ତରେ ଯାଇଥିବା ମୋଦି କ୍ୱାର୍ଡ ନେତାଙ୍କ ସମ୍ମିଳନୀରେ ଯୋଗ ଦେବେ। ଯେଉଁଠି ହିନ୍ଦ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସମ୍ପର୍କରେ ଆଲୋଚନା ହେବା ଟୋକିଓରେ ପହଞ୍ଚିଥିବା ମୋଦି କ୍ୱାର୍ଡ ସମ୍ମିଳନୀ ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ମେ ୨୩, ୨୪ରେ ଦୁଇ ଦିନ ଧରି ଜାପାନର ଟୋକିଏରେ କ୍ୱାର୍ଡ ଦେଶ ସମୂହର ବୈଠକ ଅନୁଷ୍ଠିତ ହେବ ।
ଏଥିରେ ହିନ୍ଦ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ ଏଥିରେ ଆଲୋଚନା ହେବ । ଏହି ଗସ୍ତ ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦୁଇ ନେତା ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜବୁତ କରିବା ନେଇ ଆଲୋଚନା କରିବେ । ସେହିଭଳି ଭାରତ-ଜାପାନ ୧୪ ତମ ଶିଖର ସମ୍ମିଳନୀରେ ମଧ୍ୟ ସାମିଲ ହୋଇ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।