ଥମୁନି ବେଆଇନ ରନ୍ଧା ମଦ ବେପାର : ୧୭୫ ଲିଟର ମଦ ଜବତ, ୫ କୋର୍ଟ ଚାଲାଣ…

add-all
ଚିକିଟି ପ୍ରତିନିଧି // ନିସର୍ତ୍ତ


ଚିକିଟି– :ଅବକାରୀ ଅଧିକ୍ଷକ ରମେନ୍ଦ୍ର କୁମାର ସ୍ୱାଇଁ ଙ୍କ ନିର୍ଦ୍ଦେଶ କ୍ରମେ ଚିକିଟି ଅବକାରୀ ବିଭାଗ ଦ୍ୱାରା ୮ ଟି ଜାଗା ରେ ଚଢ଼ାଉ ହୋଇଛି।ସେଠାରେ ବେଆଇନ ଭାବେ ବିକ୍ରି ଚାଲିଥିବା ରନ୍ଧା ମଦ ୧୭୫ ଲିଟର ଜବତ ହୋଇଛି।ଏବଂ ୫ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ତେବେ ଵରୋଂ ଵରୋଂ ଚଢ଼ାଉ ପରେ ମଧ୍ୟ ବେଆଇନ ରନ୍ଧା ମଦ ବହୁଳ ମାତ୍ରା ରେ ବିକ୍ରି ଚାଲିଛି,ଥମିବାର ନାଁ ଧରୁନି। ମଦ ବିକ୍ରି କରୁଥିବା ଲୋକ ବଦଳ ରେ ଅବକାରୀ ଅଧିକ୍ଷକ ଯେଉଁ ଠାରେ ବେଆଇନ ଭାବେ ରନ୍ଧା ମଦ ତିଆରି ହେଉଛି ସେ ଜାଗା ରେ ଚଢ଼ାଉ ନେଇ ପଦକ୍ଷେପ ନେବା ଆବଶ୍ୟକତା ରହିଛି।
ଅତିରିକ୍ତ ତହସିଲଦାର କୁଲଦୀପ କୁମାର ଙ୍କ ଉପସ୍ଥିତ ରେ ଚିକିଟି ଅଞ୍ଚଳ ର ଚିକିଟି ଗଡ଼, ଶନିବାର ପେଣ୍ଠ, ବଟପଲ୍ଲୀ, ମାଉନ୍ଦ ପୁର, ଢେପଗାଁ,ଯଦୁପୁର, ମଳକୁଟ,ଲିଆଖାଇ, ଲାଉବାଡ଼ି ପ୍ରମୁଖ ଯାଗା ରେ ଚଢ଼ାଉ ହୋଇଥିଲା।ଏଥିରେ ଅତିରିକ୍ତ ଅବକାରୀ ଅଧିକ୍ଷକ ବିଜୟ ଚନ୍ଦ୍ର ଧାରୁଆ, ଅବକାରୀ ଇନ୍ସପେକ୍ଟର ମିହିର ସେଠି, ଭ୍ରାମ୍ୟମାଣ ସଂସ୍ଥା ର ଶବ ଇନ୍ସପେକ୍ଟର ଅଭିରାମ ସାହୁ, ଓ ଆଇ ସି ଗୋଳନ୍ଥରା ସୁବାଷ ମହାକୁଡ଼, ଚିକିଟି ଓ ଆଇ ସି ତପସ୍ୱିନୀ ବରାଳ ପ୍ରମୁଖ ଚଢ଼ାଉ ରେ ସାମିଲ ଥିଲେ।

ad-week
Leave A Reply

Your email address will not be published.