ମନ୍ଦିରକୁ ନେଇ ଏବେ ତର୍କ-ବିତର୍କ କରିବାର ଅର୍ଥ କିଛି ନାହିଁ – ସଦ୍‌ଗୁରୁ

add-all

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ମନ୍ଦିର-ମସଜିଦ୍‌ ବିବାଦକୁ ନେଇ ଦେଶରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ପୁରାତନ ଐତିହ୍ୟ ଓ ନିର୍ମାଣକୁ ନେଇ ଚାଞ୍ଚଲ୍ୟକର ଦାବିମାନ ଆସୁଛି। ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଆଧ୍ୟାତ୍ମିକ ଗୁରୁ ସଦଗୁରୁ। ସେ କହିଛନ୍ତି ଯେ, ଇତିହାସରେ ଭାରତ ଆକ୍ରମଣ ବେଳେ ଭଙ୍ଗା ଯାଇଥିବା ହଜାର ହଜାର ମନ୍ଦିରକୁ ନେଇ ଏବେ ତର୍କ-ବିତର୍କ କରିବାର ଅର୍ଥ କିଛି ନାହିଁ। ଇତିହାସର ପୁନର୍ଲିଖନ କରାଯାଇ ପାରିବ ନାହିଁ। ସଦଗୁରୁ ଏକ ଜାତୀୟସ୍ତରୀୟ ଚାନେଲକୁ ସାକ୍ଷାତକାର ଦେଇ ଏହା କହିଛନ୍ତି।
ଆକ୍ରମଣ ବେଳେ ଦେଶର ହଜାର ହଜାର ମନ୍ଦିର ଭଙ୍ଗାଯାଇଛି। ଆମେ ସମୟରେ ମନ୍ଦିର ଗୁଡ଼ିକୁ ସୁରକ୍ଷା ଦେଇପାରିଲୁନି। ଏବେ ସେ ବିଷୟରେ ଆଲୋଚନା-ପର୍ଯ୍ୟାଲୋଚନା ଓ ବିବାଦ କରିବାର ମାନେ କିଛି ନାହିଁ। କାରଣ ଆମେ ଇତିହାସର ପୁନର୍ଲିଖନ କରିପାରିବୁ ନାହିଁ। ତେଣୁ ଏବେ ଆସୁଥିବା ବିବାଦୀୟ ସାଇଟ୍‌ ଗୁଡ଼ିକୁ ନେଇ ଉଭୟ ହିନ୍ଦୁ ଏବଂ ମୁସଲମାନ ପକ୍ଷ ଏକାଠି ହୋଇ ଆଲୋଚନା କରି ଏହାର ସମାଧାନ କରିବା ଉଚିତ। ଏବେ ଦେଶର ଯେଉଁ ୨-୩ଟି ପୁରାତନ ସାଇଟ୍‌କୁ ନେଇ ବିବାଦ ଉଠୁଛି ସେଥିରେ ଉଭୟପକ୍ଷ ଆଲୋଚନା କରିବା ଉଚିତ।
କେବଳ ଗୋଟିଏ ପକ୍ଷ ଜିଦ୍‌ ଧରିଲେ ପରସ୍ପର ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢ଼ିବ। ତେଣୁ ନେଣ-ଦେଣ ଉପାୟରେ ସମାଧାନ ବାଟ ଖୋଜି ଦେଶକୁ ଆଗକୁ ନିଆଯାଇ ପାରିବ । ତେଣୁ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ହିନ୍ଦୁ କିମ୍ବା ମୁସଲମିଙ୍କ ବିଷୟରେ ଆଲୋଚନା କରିବା ଉଚିତ ନୁହଁ। ଜ୍ଞାନବାପୀ ମସଜିଦ୍‌ ବିବାଦକୁ ନେଇ ସଦଗରୁ କହିଛନ୍ତି ଯେ, ସେ ଏବିଷୟରେ ବିଶେଷ ଅବଗତ ନାହାନ୍ତି। ତାଙ୍କ ମତରେ ଭାରତ ଏବେ ଏକ ଅଶ୍ୱସ୍ତିକର ପରିସ୍ଥିତି ଦେଇ ଗତି କରୁଛି। ଯଦି ଆମେ ଏହି ସମୟରେ ଠିକ୍ କାମ ନକରିପାରିକୁ ତେବେ ବିଶ୍ୱ ଦରବାରରେ ଭାରତର ମାନ ବଢ଼ିବ ନାହିଁ । ତେଣୁ ଉଠୁଥିବା ସମସ୍ତ ବିବାଦର ଆପୋଷ ସମାଧାନ ହେବା ଉଚିତ। କାରଣ ଯେଉଁମାନେ ମନ୍ଦିର ଭାଙ୍ଗିଥିଲେ ସେମାନେ ନାହାନ୍ତି। ଆମେ କାହାକୁ କ୍ଷମା ମାଗିବାକୁ କହିବୁ। ଏବେ ବିବାଦ କରିବା ଅର୍ଥାତ ସାମ୍ପ୍ରଦାୟକି ସଦ୍‌ଭାବନାକୁ ଭଙ୍ଗ କରିବା ସାର ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.