ଆଡଲଫ୍ ହିଟଲର, ଜୋସେଫ ଷ୍ଟଲିନ କିମ୍ବା ବେନିଟୋ ମୁସୋଲିନିଙ୍କ ଅପେକ୍ଷା ବିଜେପିର ଶାସନ ଅଧିକ ଖରାପ

add-all

କୋଲକାତା: ପୁଣି ବିିଜେପିକୁ ଟାର୍ଗେଟ କଲେ ଦିଦି। କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରି ବିଜେପି ରାଜ୍ୟର କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପି ନେତୃତ୍ୱାଧୀନ ସରକାର ଦେଶର ସଙ୍ଘୀୟ ଢ଼ାଞ୍ଚାକୁ ନଷ୍ଟ କରୁଛନ୍ତି ବୋଲିି ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦିଦି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମମତା ବାନାର୍ଜୀ ଦାବି କରିଛନ୍ତି ଯେ ଆଡଲଫ୍ ହିଟଲର, ଜୋସେଫ ଷ୍ଟଲିନ କିମ୍ବା ବେନିଟୋ ମୁସୋଲିନିଙ୍କ ଅପେକ୍ଷା ବିଜେପିର ଶାସନ ଅଧିକ ଖରାପ ।
ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମମତା ବାନାର୍ଜୀ ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ସ୍ବାଧୀନତା ଦିଆଯିବା ଉଚିତ୍ ବୋଲି କହିଛନ୍ତି। ତାଙ୍କ କହିବା ମୁତାବକ, କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ରାଜ୍ୟ କାର୍ଯ୍ୟରେ ହସ୍ତକ୍ଷେପ କରି ବିଜେପି ସରକାର ଭାରତର ସଙ୍ଘୀୟ ଢ଼ାଞ୍ଚାକୁ ନଷ୍ଟ କରୁଛନ୍ତି। ଏହି ଏଜେନ୍ସିଗୁଡ଼ିକୁ ସେମାନଙ୍କ ସ୍ବାଧୀନତା ଦିଆଯିବା ଉଚିତ୍। ଆଡଲଫ୍ ହିଟଲର, ଜୋସେଫ ଷ୍ଟଲିନ କିମ୍ବା ବେନିଟୋ ମୁସୋଲିନିଙ୍କ ଅପେକ୍ଷା ବିଜେପିର ଶାସନ ଅଧିକ ଖରାପ ।
ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦକ ମୂଲ୍ୟ ହ୍ରାସ କରିବା ‌ନେଇ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତତି ଯେ, ବିଜେପି କୌଣସି ନିର୍ବାଚନ ପୂର୍ବରୁ ଏଭଳି କରେ । ବିପିଏଲ୍ ବର୍ଗର କିଛି ଲୋକ ଉଜ୍ବଳା ଯୋଜନା ଅଧୀନରେ ଅଛନ୍ତି। ଏଭଳି ସ୍ଥିତିିରେ ଉଜ୍ବଳା ଯୋଜନା ଅଧୀନରେ ନଥିବା ଗରିବ ଲୋକମାନେ ୮୦୦ ଟଙ୍କା ମୂଲ୍ୟରେ ଏଲପିଜି ଗ୍ୟାସ କିପରି କିଣିବେ? ବୋଲି ସେ ପ୍ରଶ୍ନ କରିଛନ୍ତି।

ad-week
Leave A Reply

Your email address will not be published.