ଶରତ ପଟ୍ଟନାୟକ ହେଲେ ନୂଆ ପିସିସି ସଭାପତି

add-all

ଭୁବନେଶ୍ୱର: ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ସଭାପତି। ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏଆଇସିସି। ତେବେ ଶରତ ପଟ୍ଟନାୟକଙ୍କୁ ଦ୍ୱିତୀୟ ଥର ପାଇଁ ସଭାପତି କରାଯାଇଛି। ପୂର୍ବତନ ବଲାଙ୍ଗିର ସାଂସଦ ତଥା ବରିଷ୍ଠ ନେତା ଶରତ ପଟ୍ଟନାୟକ ଦୁଇଥର ସାଂସଦ ଥିଲେ। ସେ ୧୯୯୧ ଓ ୧୯୯୬ରେ ବଲାଙ୍ଗିରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଏହା ବ୍ୟତୀତ ସେ ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ପିସିସି ସଭାପତି ଥିଲେ। ଏ ନେଇ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ସୂଚନା ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟଯେ, ଶରତ ପଟ୍ଟନାୟକ ନିଜେ କହିବା ଅନୁଯାୟୀ, ସେ ସଭାପତି ଦୌଡ଼ରେ ନଥିଲେ। ଅବଶ୍ୟ ବିଧାୟକମାନଙ୍କ ମଧ୍ୟରୁ ଜଣେ ପିସିସି ସଭାପତି ମୋନୀତ କରିବା ପାଇଁ କିଛି ନେତା ଚାପ ପକାଉଥିଲେ ମଧ୍ୟ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।

ad-week
Leave A Reply

Your email address will not be published.