ପ୍ରେମିକାର ନ୍ୟୁଡ ଫଟୋ ସୋସିଆଲ୍ ମିଡିଆରେ ସେୟାର କରି ଛାତ୍ର ଗିରଫ

add-all

ଭୁବନେଶ୍ଵର: ସୋସିଆଲ୍ ମିଡିଆରେ ବନ୍ଧୁତା ଆଉ ତାପରେ ପ୍ରେମ। ପ୍ରେମିକା ସହ ନ୍ୟୁଡ୍ କଲ୍ କରି ସ୍କ୍ରିନ୍‌ ସଟ୍ ନେଲେ ପ୍ରେମିକ। ଆଉ ୨ ବର୍ଷ ପରେ ସମ୍ପର୍କରେ ଆସିଲା ଫାଟ । ଆଉ ପ୍ରେମିକା ନାଁରେ ଫେକ୍ ଆଇଡି କରି ଫଟୋ ଭାଇରାଲ୍ କରିଦେଲେ ଯୁବକ। ଏଭଳି ଜଣେ ଯୁବକଙ୍କୁ ଗିରଫ କରିଛି ଭୁବନେଶ୍ଵର ସାଇବର ଥାନା ପୋଲିସ।

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ପପୁନ ସାହୁ ନାମକ ଜଣେ ଯୁକ୍ତ ୩ ଛାତ୍ର ସୋସିଆଲ୍ ମିଡିଆରେ ଜଣେ ଯୁବତୀଙ୍କ ସହ ବନ୍ଧୁ ହୋଇଥିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାପରେ ଆରମ୍ଭ ହେଲା ନ୍ୟୁଡ୍ କଲ୍। ତେବେ ପ୍ରେମ ସମ୍ପର୍କର ଦୁଇ ବର୍ଷ ପରେ ସମ୍ପର୍କରେ ଆସିଲା ଫାଟ । ପ୍ରେମିକାଙ୍କ ନ୍ୟୁଡ୍ କଲ୍ ବେଳର ସ୍କ୍ରିନ୍ ସଟ୍ ନେଇ ବ୍ଲାକମେଲ୍ କଲେ ପପୁନ୍। ଆଉ ଝିଅ ଘର ଲୋକେ ଏହାକୁ ବିରୋଧ କରିବାରୁ ପ୍ରେମିକାଙ୍କ ନାଁରେ ଫେକ୍ ଆଇଡି କରି ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍ କରିଦେଲେ ପପୁନ୍। ଏନେଇ ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଭୁବନେଶ୍ଵର ସାଇବର୍ ଥାନା ପୋଲିସ ପପୁନକୁ ଗିରଫ କରିଛି।

ad-week
Leave A Reply

Your email address will not be published.