କଲେଜରେ ପରୀକ୍ଷା ଦେବାବେଳେ ଯୁକ୍ତ ଦୁଇ ଛାତ୍ର ମୃତ

add-all

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇଗଡ ମହାବିଦ୍ୟାଳୟ ରେ ଆଜି ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ବେଳେ ଜଣେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। +2 ବିଜ୍ଞାନର ଓଡ଼ିଆ ବିଷୟ ପରୀକ୍ଷା ହେଉଥିବା ବେଳେ ଏମଡି ଅରବାଜ ପରୀକ୍ଷା ସାରିବାକୁ ଆଉ ୧୫ ମିନିଟ ବାକି ଥିବାବେଳେ ହଠାତ କ୍ଳାସ ରୁମରେ ଟଳି ପଡ଼ିଥିଲେ । ଫଳରେ ସହଯୋଗୀ ଛାତ୍ର ଓ କିଛି ଶିକ୍ଷକ ତାଙ୍କୁ ସଙ୍ଗେ ସଙ୍ଗେ କାର ରେ ବଣାଇ ଚିକିତ୍ସାଳୟକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଲେ ।

ମୃତର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ମୃତକ ଛାତ୍ର ହେଲେ ଲହୁଣୀପଡା ଥାନାର ଜୁନିଆଣି ଗ୍ରାମର ଏମଡି ଅରବାଜ। ହୃଦଘାତ ଯୋଗୁ ଏମିତି ହୋଇ ଥାଇପାରେ ବୋଲି ସନ୍ଧେହ କରୁଥିବା ବେଳେ ଶବ ବ୍ୟବଛେଦ ପରେ ସଠିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି। ଏନେଇ ମୃତ ଛାତ୍ରର ପରି ବାରରୁ ପିଲାର ମାଁ ଓ ମାମୁଁ ବଣେଇ ଚିକିତ୍ସାଳୟରେ ପହଞ୍ଚିଛନ୍ତି ।

ad-week
Leave A Reply

Your email address will not be published.