ଜ୍ଞାନବାପୀ ମସଜିଦ୍‌ କମ୍ପ୍ଲେକ୍ସରେ ଶିବ ଲିଙ୍ଗ ଥିବା ଏକ ଗୁଜବ: ମୁସଲିମ ପକ୍ଷ

add-all

ବାରାଣସୀ: ଜ୍ଞାନବାପୀ ମସଜିଦ୍‌ କମ୍ପ୍ଲେକ୍ସରେ ହିନ୍ଦୁ ଦେବାଦେବୀ ମୂର୍ତ୍ତି ଠାବ ନେଇ ବିବାଦ ଉପୁଜିଥିବା ବେଳେ କୋର୍ଟରେ ମୁସଲିମ ନିଜ ପକ୍ଷ ରଖିଛନ୍ତି । ଏଠିକାର ମସଜିଦ୍‌ କମିଟି କହିଛି ଯେ, ମସଜିଦ୍‌ କମ୍ପ୍ଲେକ୍ସରେ ଶିବ ଲିଙ୍ଗ ବାହାରିବା ଖବର ଏକ ଗୁଜବ। ଏହି ବିଭ୍ରାନ୍ତିକର ଖବର ପ୍ରଚାର ହେଉଥିବାରୁ ଏହା ହିନ୍ଦୁ ମୁସଲିମଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଛି। ବାରାଣସି କୋର୍ଟରେ ଏହି ମତ ରଖିଛି ମସଜିଦ୍‌ କମିଟି। ହିନ୍ଦୁ ପକ୍ଷ କରିଥିବା ଦାବିକୁ ଚାଲେଞ୍ଚ କରିଛି ମୁସଲିମ ପକ୍ଷ। ମସଜିଦ୍‌ କମ୍ପ୍ଲେକ୍ସରେ ଶିବ ଲିଙ୍ଗ ଥିବା କେବଳ ଅଭିଯୋଗ ହେଉଛି। ଏହା କିନ୍ତୁ ପ୍ରମାଣିତ ହୋଇ ନାହିଁ। ଏହା କେବଳ ଏକ ଗୁଜବ। ଏହା ଦ୍ୱାରା ସାଧାରଣରେ ଅଶାନ୍ତି ଏବଂ ଘୃଣାଭାବ ବ୍ୟାପୁଛି। ଏହା ମାଧ୍ୟମରେ ଲୋକଙ୍କୁ ଉତ୍ତେଜିତ କରାଯାଉଛି।
୧୯୯୧ର ଉପାସନାସ୍ଥଳୀ ଅଧିନିୟମ ଅନୁଯାୟୀ ଏହି ମାମଲା ଶୁଣାଣି ପାଇଁ ଯୋଗ୍ୟ ନୁହେଁ। ଉପାସନାସ୍ଥଳୀ ଅଧିନିୟମ-୧୯୯୧ର ଉଲଂଘନ ହୋଇଥିବା କହି ମୁସଲିମ ପକ୍ଷ ଜ୍ଞାନବାପି ମାମଲାରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିବାକୁ ଦାବି କରିଛନ୍ତି। ମୁସଲିମ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ ଅଭୟନାଥ ଯାଦବ କହିଛନ୍ତି ଯେ ମସଜିଦରେ ଶିବଲିଙ୍ଗ ମିଳିବା କହି ଲୋକଙ୍କ ଭାବନାକୁ ଉତ୍ତେଜିତ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି।
ବର୍ତ୍ତମାନ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଶୁଣାଣିକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହାପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗତ ସୋମବାର ବାରାଣସୀ ଜିଲ୍ଲାଜଜଙ୍କ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। ପ୍ରାୟ ୪୫ ମିନିଟ୍ ଶୁଣାଣି ପରେ କୋର୍ଟ ଏହି ମାମଲାକୁ ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।

ad-week
Leave A Reply

Your email address will not be published.