ପୁରୁଷମାନେ ବାହାରେ ଓ ମହିିଳାମାନେ ଘରେ କାମ କଲେ ଘରୋଇ ହିଂସା ହେବ ନାହିଁ: ଏନସିପି ନେତା

add-all

ମୁମ୍ବାଇ: ଏନସିପି ନେତା ଦିଲୀପ ୱାଲସେ-ପାଟିଲଙ୍କ ବିବାଦୀୟ ବୟାନ। ପୁରୁଷମାନେ ବାହାରେ ଓ ମହିିଳାମାନେ ଘରେ କାମ କଲେ ଘରୋଇ ହିଂସା ହେବ ନାହିଁ ବୋଲି କହି ବିବାଦରେ ଛନ୍ଦି ହୋଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲସେ । ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ, ଉତ୍ତମ ବୈବାହିକ ଜୀବନ ଓ ଘରୋଇ ହିଂସାକୁ ଏଡ଼ାଇବା ପାଇଁ ପୁରୁଷମାନେ ବାହାରେ ଓ ମହିିଳାମାନେ ଘରେ କାମ କରିବା ଉଚିତ୍। ଭାଇରାଲ ଭିଡିଓରେ ମରାଠୀରେ ଭାଷଣ ଦେଇ ଦିଲୀପ ୱାଲସେ ଏଭଳି କହୁଥିବାର ଭିଡିଓ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।
ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲସେ ମହିଳାଙ୍କୁ ନେଇ ଏଭଳି ବୟାନ ଦେଇ ବିବାଦରେ ଥିବା ବେଳେ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ମଧ୍ୟ ଏନସିପି ନେତା ସୁପ୍ରିୟା ସୁଲେଙ୍କୁ ଟାର୍ଗେଟ କରି ବିବାଦରେ ରହିଛନ୍ତି।
କିଛି ଦିନ ତଳେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ କହିଥିଲେ ଯେ ପୌର ନିର୍ବ‌ାଚନରେ ସୁପ୍ରିମକୋର୍ଟ ଓବିସି କୋଟା ରଖିବାକୁ ଅନୁମତି ଦେବା ପରେ ମୁଁ ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ଯୋଗାଯୋଗ କରିଥିଲି। ହେଲେ ସଂରକ୍ଷଣ ପାଇବା ପାଇଁ ସେ କ’ଣ କରିଥିଲେ ତାହାର ସବିଶେଷ ତଥ୍ୟ ପ୍ରକାଶ କରିନଥିଲେ ଚୌହାନ। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଆସି କାହାକୁ ଭେଟିଥିଲେ କେଜାଣି। ଆଗାମୀ ଦୁଇ ଦିନରେ ହଠାତ୍ କ’ଣ ହେଲା ମୁଁ ଜାଣେ ନାହିଁ। କିନ୍ତୁ ଦୁଇ ଦିନ ପରେ ସେମାନଙ୍କୁ ଓବିସି ସଂରକ୍ଷଣ ପାଇଁ ସବୁଜ ସଙ୍କେତ ମିଳିଥିଲା।
ସୁଲେଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖି ଚନ୍ଦ୍ରକାନ୍ତ ପାଟିଲ କହିଥିଲେ ଯେ, ଆପଣ କାହିଁକି ରାଜନୀତିରେ ଅଛନ୍ତି, ଘରକୁ ଯାଇ ରୋଷେଇ କରନ୍ତୁ। ଦିଲ୍ଲୀ କିମ୍ବା ଏକ ଶ୍ମଶାନକୁ ଯାଆନ୍ତୁ, କିନ୍ତୁ ଆମକୁ ଓବିସି କୋଟା ଦିଅନ୍ତୁ। ଲୋକସଭା ସଦସ୍ୟ ହେବା ସତ୍ତ୍ବେ ଆପଣ କିପରି ଜାଣିପାରୁନାହାନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସହ କେମିତି ସାକ୍ଷାତ କରିବେ।

ad-week
Leave A Reply

Your email address will not be published.