ସେନାର ଓଲଟି ୭ ଜଣ ଯବାନଙ୍କ ମୃତ୍ୟୁ

add-all

ଲଦାଖ: ଏକ ଦୁଖଃଦ ଘଟଣାକ୍ରମରେ ଦେଶ ୭ ଜଣ ଯବାନଙ୍କୁ ହରାଇଛି। ଲଦାଖର ତୁରତୁକ୍ ସେକ୍ଟରରରେ ସ୍ୟୁକ୍‌ ନଦୀକୁ ସେନାର ଏକ ଗାଡ଼ି ଓଲଟି ପ୍ରାୟ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଗାଡ଼ିଟି ପ୍ରାୟ ୫୦ରୁ ୬୦ଫୁଟ୍ ତଳକୁ ଖସିପଡ଼ିଛି। ସେଥିରେ ପ୍ରାୟ ୨୬ ଜଣ ସୈନ୍ୟ ଯାତ୍ରା କରୁଥିଲେ। ହନିଫ୍‌ର ସବସେକ୍ଟର କୁହାଯାଉଥିବା ପାର୍ତ୍ତାପୁରର ଏକ ଟ୍ରଞ୍ଜିଟ୍‌ କ୍ୟାମ୍ପକୁ ଏମାନେ ଯାତ୍ରା କରୁଥିଲେ। ତେବେ ଘାଟି ଅଞ୍ଚଳ ଯୋଗୁ ବାଟରେ କୌଣସି କାରଣରୁ ଗାଡ଼ିଟି ଓଲଟି ନଦୀକୁ ଖସି ପଡ଼ିଥିଲା ଖବର ପାଇ ଭାରତୀୟ ସେନା ପକ୍ଷରୁ ଉଦ୍ଧାର କରାଯାଇଛି।
ସମସ୍ତ ୨୬ ଜଣ ସୈନ୍ୟଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସେନା ହସପିଟାଲରେ ଭର୍ତ୍ତି କରାଯାଇଛି। ଏକ ସର୍ଜିକାଲ ଟିମ୍‌ ମଧ୍ୟ ଲେହକରୁ ପାର୍ତ୍ତାପୁରକୁ ଯାତ୍ରା କରିଛି। ତେବେ ସେମାନଙ୍କ ମଧ୍ୟରୁ ୭ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ଆବଶ୍ୟକ ପଡ଼ିଲେ ଆହତଙ୍କୁ ଅଧିକ ମେଡିକାଲ ସୁବିଧା ପାଇଁ ସ୍ଥନାନ୍ତର କରିବାକୁ ବାୟୁସେନା ହେଲିକପ୍ଟର ପ୍ରସ୍ତୁତ ଅଛି। ଏ ସମ୍ପର୍କରେ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.