ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ୪ ବର୍ଷ ଜେଲ୍‌

add-all

ନୂଆଦିଲ୍ଲୀ: ବେଆଇନ ଭାବେ ଆୟ ଠାରୁ ଅଧିକ ସମତ୍ତି ଠୁଳ କରିବା ମାମଲାରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ମିଳିଛି ୪ ବର୍ଷର ଜେଲଦଣ୍ଡ। ଏଥିସହ ତାଙ୍କୁ ୫୦ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ୮୭ ବର୍ଷୀୟ ଚୌତାଲାଙ୍କୁ ମେ’ ୨୧ ତାରିଖରେ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ବେଆଇନ ଭାବେ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି କୋର୍ଟ ତାଙ୍କୁ ଦଣ୍ଡ ବିଧାନ କରିଛନ୍ତି।
ଜେଲ ଓ ଫାଇନ ସହ କୋର୍ଟ ତାଙ୍କର ୪ଟି ସମ୍ପତ୍ତିକୁ ମଧ୍ୟ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଲି ରୋଡ, ପଞ୍ଚକୁଲା, ଗୁରୁଗ୍ରାମ ଓ ଆସୋଲାରେ ଶ୍ରୀ ଚୌତାଲାଙ୍କ ନାଁରେ ସମ୍ପତ୍ତି ଗୁଡ଼ିକ ରହିଥିଲା।
ଦୋଷୀ ସାବ୍ୟସ୍ତ ହେବା ପରେ ବୟସ ଓ ସ୍ୱାସ୍ଥ୍ୟାବସ୍ଥା ବାହାନା ଦେଖାଇ ଚୌତାଲାଙ୍କ ଓକିଲ କମ ସଜା ଦେବାକୁ ନିବେଦନ କରିଥିଲେ। ହେଲେ ସିବିଆଇ ତାଙ୍କୁ ସର୍ବାଧିକ ଦଣ୍ଡ ଦେବାକୁ ଯୁକ୍ତି ରଖିଥିଲା। କୋର୍ଟ ତାଙ୍କୁ ଏମିତି ଦଣ୍ଡ ଦିଅନ୍ତୁ, ଯାହା ଅନ୍ୟମାନଙ୍କ ପାଇଁ ଗୋଟିଏ ଉଦାହରଣ ପାଲଟିବ ବୋଲି ସିବିଆଇ କହିଥିଲା।
୨୦୧୦ ମସିହା ମାର୍ଚ୍ଚ ୨୬ରେ ସିବିଆଇ ଚୌତାଲାଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲା। ଏହାପୂର୍ବରୁ ୨୦୦୫ରେ ସିବିଆଇ ତାଙ୍କ ନାଁରେ ମାମଲା କରିଥିଲା। ଚାର୍ଜଶିଟରେ ସିବିଆଇ କହିଥିଲା ଯେ ଚୌତାଲା ୧୯୯୩ରୁ ୨୦୦୬ ମଧ୍ୟରେ ବେଆଇନ ଭାବେ ୬.୦୯ କୋଟି ଟଙ୍କା ଠୁଳ କରିଥିଲେ। ୨୦୨୧ ଜାନୁଆରୀରେ ଦିଲ୍ଲୀ କୋର୍ଟ ଚୌତାଲାଙ୍କ ବିରୋଧରେ ମନି ଲଣ୍ଡରିଂ ଚାର୍ଜ ଲଗାଇଥିଲେ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଏପରି ଚାର୍ଜ ତାଙ୍କ ନାଁରେ ଲାଗିଥିଲା।
ସୂଚନାଯୋଗ୍ୟ, ୨୦୧୩ରେ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିରେ ଚୌତାଲା ଓ ତାଙ୍କ ବଡ଼ ପୁଅ ଅଜୟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଉଭୟଙ୍କୁ ୧୦ ବର୍ଷ ଲେଖାଏ ଜେଲଦଣ୍ଡ ମିଳିଥିଲା। ତେବେ ୨୦୨୧ ଜୁଲାଇରେ ଚୌତାଲା ସଜା କାଟି ଜେଲରୁ ମୁକୁଳିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଓମ ପ୍ରକାଶ ଚୌତାଲାଙ୍କ ସାନ ପୁଅ ଦୁଷ୍ୟନ୍ତ ଚୌତାଲା ଏବେ ହରିଆଣାର ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି। ସେ ବିଜେପି ସହ ହାତ ମିଳାଇ ରାଜ୍ୟରେ ସରକାର ଗଠନ କରିଛନ୍ତି।

ad-week
Leave A Reply

Your email address will not be published.