ଭିନ୍ନକ୍ଷମ ପିଲାକୁ ବିମାନ ଯାତ୍ରା ବାରଣ ମହଙ୍ଗା ପଡ଼ିଲା, ଇଣ୍ଡିଗୋ ଉପରେ ୫ ଲକ୍ଷ ଟଙ୍କା ଫାଇନ୍‌  

add-all

ନୂଆଦିଲ୍ଲୀ: ରାଞ୍ଚି ବିମାନବନ୍ଦରରେ ଜଣେ ପିଲାକୁ ତାଙ୍କ ବାପାମାଙ୍କ ସହ ବିମାନ ଯାତ୍ରା ପାଇଁ ଅନୁମତି ନଦେବା ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିପାଇଁ ଇଣ୍ଡିଗୋ ବିମାନ ଉପରେ ୫ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ପିଲାଟିର ଆଚରଣ ସ୍ୱଭାବିକ୍‌ ନଥିବାରୁ ପିଲାଟିକୁ ବିମାନ ଯାତ୍ରା ପାଇଁ ଅନୁମତି ଦିଆଯାଇ ନଥିଲା। ତେବେ ତଦନ୍ତ ବେଳେ ବିମାନ କର୍ତ୍ତୃପକ୍ଷଙ୍କ ତ୍ରୁଟି ଥିବା ଜଣାଡ଼ିଛି। ଫଳରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଡିଜିସିଏ କହିଛି ଯେ, ସ୍ୱତନ୍ତ୍ର ପିଲାଙ୍କ କ୍ଷେତ୍ରରେ ବିମାନ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ସୁବିଧା ଯୋଗେଇ ଦେବା କଥା। ହେଲେ ଏକ୍ଷେତ୍ରରେ ଇଣ୍ଡିଗୋ ବିମାନର କର୍ମଚାରୀମାନେ ସେହି ପିଲା ପ୍ରତି ଅବହଳା ପ୍ରଦର୍ଶନ କରିବା ସହ ଦୁର୍ବ୍ୟବହାର ମଧ୍ୟ କରିଛନ୍ତି।
ଏଭଳି ସ୍ୱତନ୍ତ୍ର ଶ୍ରେଣୀ ଯାତ୍ରୀଙ୍କ ପାଇଁ ବିମାନ କର୍ତୃପକ୍ଷ ଅଧିକ ସମ୍ବେଦନଶୀଳ ହେବା ଉଚିତ। ସୂଚନା ଅନୁଯାୟୀ ସ୍ୱାଭାବିକ ଆଚରଣ ଦେଖାଉ ନ ଥିବା ହେତୁ ପିଲାଟିକୁ ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍‌ର ଜଣେ ପ୍ରତିନିଧି ଆରୋହଣ କରାଇ ଦେଇ ନ ଥିଲେ। ଉକ୍ତ ପରିବାର ଏବଂ ଅନ୍ୟ ଯାତ୍ରୀମାନେ ଆପତ୍ତି କରିବାରୁ ପ୍ରତିନିଧିଜଣକ ପାଟିତୁଣ୍ଡ କରିଥିଲେ। ସେଠାରେ ଉପସ୍ଥିତ ଥିବା ଅଭିନନ୍ଦନ ମିଶ୍ର ନାମକ ଜଣେ ଯାତ୍ରୀ ଏହାକୁ ସୁଟ କରି ଟ୍ୱିଟ୍‌ କରିଥିଲେ। ସହଯାତ୍ରୀମାନଙ୍କ କହିବା ଅନୁସାରେ, ଉକ୍ତ ବିମାନରେ ଡାକ୍ତରମାନ‌େ ବି ଯାଉଥିଲେ। ଅସୁବିଧା ହେଲେ ସାହାଯ୍ୟ କରିବେ ବ‌ୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିମାନଟି ଭିନ୍ନକ୍ଷମ ପିଲା ଓ ତା’ର ଅଭିଭାବକଙ୍କୁ ନ ନେଇ ହାଇଦ୍ରାବାଦ ଅଭିମୁଖେ ଚାଲିଯାଇଥିଲା।
ତେବେ ଏହି ମାମଲାକୁ ଗୁରୁତର ସହ ନେଇଥିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ‌ଜ୍ୟୋତିରାଦିତ୍ୟା ସିନ୍ଧିଆ। ଏଭଳି ଦୁର୍ବ୍ୟବହାର ପାଇଁ କଠୋର ଶାସ୍ତି ରହିଛି ବୋଲି ସିନ୍ଧିଆ କହିଥିଲେ। ବ୍ୟକ୍ତିଗତ ଭାବେ ସେ ଏହି ଘଟଣାର ତଦନ୍ତ କରୁଛନ୍ତି କହି ସନ୍ଧିଆ ଟ୍ୱିଟ୍‌ କରିଥିଲେ। ସେହିପରି ମାମଲାରେ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲା। ଏନେଇ ଡିଜିସିଏ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଥିଲା। ସୂଚନା ଅନୁଯାୟୀ ପିଲାଟିର ଅସ୍ୱାଭାବିକ ଆଚରଣ ପାଇଁ ଅନ୍ୟ ଯାତ୍ରୀଙ୍କ ପ୍ରତି ବିପଦ ଥିବା ଆଶଙ୍କା କରି ପିଲାଟିକୁ ଯାତ୍ରା ପାଇଁ ବାରଣ କରାଯାଇଥିବା ଇଣ୍ଡିଗୋ ସଫେଇ ଦେଇଥିଲା।

ad-week
Leave A Reply

Your email address will not be published.