ସିଲିଣ୍ଡର ବିସ୍ଫୋରଣ ପରେ ଭୁଶୁଡ଼ିଲା ବିଲଡିଂ, ୩ ବର୍ଷର ଶିଶୁ ସମେତ ୪ ମୃତ

add-all

ଅମରାବତୀ: ଆନ୍ଧ୍ର ପ୍ରଦେଶର ଅନନ୍ତପୁରରେ ଘଟିଛି ବଡ଼ ଅଘଟଣ। ସିଲିଣ୍ଡର ବିସ୍ଫୋରଣ ପରେ ଗୋଟିଏ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି। ଫଳରେ ୪ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ୩ ବର୍ଷୀୟ ଶିଶୁ ରହିଛନ୍ତି। ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଶରୀରର ପ୍ରାୟ ଅଧା ଭାଗ ପୋଡ଼ି ଯାଇଛି। ଏଥିପାଇଁ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ମୁଲାକେଡୁ ଗାଁରେ ଥିବା ଗୋଟିଏ ବିଲଡିଂରେ ଅଘଟଣ ଘଟିଛି। ଆଜି ସକାଳେ ହଠାତ୍‌ ଘରେ ମଧ୍ୟରେ ଥିବା ଗୋଟିଏ ରୋଷେୟ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ ବିଲଡିଂର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲେ। ସେହିପରି ବିଲଡିଂର ପାଖରେ ଥିବା ଆଉ ଦୁଇଟି ଘର ମଧ୍ୟ ବିସ୍ଫୋରଣ ଯୋଗୁ କ୍ଷତିଗ୍ରସ୍ତ ହୋଇଛି।
ବିସ୍ଫୋରଣର ଖବର ପାଇ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଧ୍ୱଂସାବଶେଷ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲେ। ତଥାପି ଉଦ୍ଧାରକାରୀ ଦଳ ବିସ୍ଫୋରଣ ଯୋଗୁ ପୋଡ଼ି ହୋଇଯାଇଥିବା ୨ ଜଣଙ୍କୁ ତୁରନ୍ତ ଜୀବନ୍ତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଘଟଣାରେ ୬୦ ବର୍ଷୀୟ ଜାଇନ ବାଇ, ୩୬ ବର୍ଷୀୟ ଡାବୁ, ୨୮ ବର୍ଷୀୟ ଶାର୍ଫୁନି ଓ ଜଣେ ୩ ବର୍ଷୀୟ ଶିଶୁ ପ୍ରାଣ ହରାଇଥିବା ପୁଲିସ୍‌ କହିଛି।

ad-week
Leave A Reply

Your email address will not be published.