ରାଜ୍ୟସଭା ନିର୍ବାଚନ: ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

add-all

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରବିବାର ରାଜ୍ୟସଭା ନିର୍ବାଚନ ପାଇଁ ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କର୍ଣ୍ଣାଟକରୁ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ମହାରାଷ୍ଟ୍ରରୁ ପୀୟୁଷ ଗୋୟଲଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତା ଜୁନ୍ ୧ରେ ୫୭ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏହି ଆସନଗୁଡିକ ହରିୟାଣା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ ତାମିଲନାଡୁ ସମେତ ୧୫ଟି ରାଜ୍ୟରେ ନିର୍ବାନ ହେବ। ସେଥିରେ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ରହିଛି।
ସେହିପରି ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ୬୫ଟି ରାଜ୍ୟସଭା ଆସନ ଖାଲି ରହିବ। କଂଗ୍ରେସ ବର୍ତ୍ତମାନର ରାଜ୍ୟସଭାରୁ ପାଞ୍ଚଜଣ ସଦସ୍ୟଙ୍କୁ ହରାଇବା ନିଶ୍ଚିତ ହୋଇଛି। ଯଦି ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରେ ତେବେ କିଛି ଆସନ ପାଇବାରେ ସଫଳ ହୋଇପାରିବ।

ad-week
Leave A Reply

Your email address will not be published.