ବିଜେପିର ନେତ୍ରୀ ନୂପୁର ଶର୍ମାଙ୍କ ନାମରେ ମାମଲା, ହୋଇପାରନ୍ତି ଗିରଫ

add-all

ମୁମ୍ବାଇ: ଦେଶରେ ଏବେ ଧାର୍ମକୁ ନେଇ ଜାରି ରହିଛି ବୟାନବାଜି। ମନ୍ଦିର ଆଉ ମସଜିଦକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏଥିରେ ନିଆଁରେ ଘିଅ ଢ଼ାଳିବା ଭଳି କାମ କରିଛନ୍ତି ବିଜେପିର ଜଣେ ନେତ୍ରୀ। ଯାହାକୁ ନେଇ ବିବାଦ ଉପୁଜିବା ସହ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି।
ବନ୍ଧା ହୋଇପାରନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ନୂପୁର ଶର୍ମା। ତାଙ୍କ ନାଁରେ ଏବେ ମୁମ୍ବାଇ ପୁଲିସ ଏକ ମାମଲା ରୁଜୁ କରିଛି। ପେଗାମ୍ବର ମହମ୍ମଦଙ୍କ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ଦେବା ତାଙ୍କୁ ମହଙ୍ଗା ପଡିଛି। ଏହି ପ୍ରସଙ୍ଗରେ ତାଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିବା କୁହାଯାଇଛି।
ନିକଟରେ ଏକ ସାକ୍ଷାତକାରରେ ନୂପୁର ଶର୍ମା ପେଗାମ୍ବର ମହମ୍ମଦଙ୍କ ଉପରେ କିଛି ଏଭଳି ମନ୍ତବ୍ୟ ଦେଇଥିଲେ ଯାହାକି ନିର୍ଦ୍ଧିଷ୍ଟ ଏକ ସମ୍ପ୍ରଦାୟ ପ୍ରତି ଅପମାନ ଥିଲା। ତାଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା, ଦ୍ୱେଷ ଭାବ ବିସ୍ତାର କରିବା ଓ ଧର୍ମ ବିରୋଧରେ ଟିପ୍ପଣୀ କରିବା ନେଇ ଅଭିଯୋଗ ହୋଇଛି।
ପୋଲିସ ମୁତାବକ, ନୁପୂରଙ୍କ ବିରୋଧରେ ସୁନୀ ବରେଲୱି ସଙ୍ଗଠନ ରଜା ଏକାଡେମୀ ଅଭିଯୋଗ କରିଛି। ଅଭିଯୋଗ ମୁତାବକ, ଟିଭି ସାକ୍ଷାତକାରରେ ନୂପୁର କହିଥିଲେ, ଯଦି ଗୋଟିଏ ଧର୍ମର ଲୋକ ହିନ୍ଦୁ ଆସ୍ଥାର ପରିହାସ କରୁଛନ୍ତି ତେବେ ହିନ୍ଦୁମାନେ ଇସଲାମ ଉପରେ ଏଭଳି କରିବା ଆବଶ୍ୟକ।’
ଜ୍ଞାନବାପୀ ମାମଲା ପ୍ରସଙ୍ଗରେ ସେ ଏଭଳି ବୟାନ ଦେଇଥିବା କୁହାଯାଇଛି। ତାଙ୍କର ଏହି ବୟାନ ମୁସ୍‌ଲିମ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବା ନେଇ ରଜା ଏକାଡେମୀ ଅଭିଯୋଗ ଆଣିଛି। ଏଥିସହ ଉକ୍ତ ବିଜେନି ନେତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ad-week
Leave A Reply

Your email address will not be published.