ବିଜେପିରେ ଯୋଗଦେବେ ହାର୍ଦ୍ଦିକ

add-all

ଅହମ୍ମଦାବାଦ: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ହାର୍ଦ୍ଦିକ ପଟେଲ ଏବେ ‘ପଦ୍ମ’ ଧରିବେ। ଆସନ୍ତା ଜୁନ୍‌ ୨ ତାରଖରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ। ଏନେଇ ସେ ଖୋଦ୍‌ ଘୋଷଣା କରିଛନ୍ତି।
ହାର୍ଦ୍ଦିକ ପଟେଲ ପୂର୍ବରୁ ହିଁ କଂଗ୍ରେସରୁ ଇସ୍ତଫା ଦେଇସାରିଛନ୍ତି। ଏବେ ସେ ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ବିଜେପିର କାନି ଧରିବାକୁ ଯାଉଛନ୍ତି। କଂଗ୍ରେସ ଛାଡିବା ପରେ ସେ ଆମ ଆଦମୀ ପାର୍ଟିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏସବୁ ଚର୍ଚ୍ଚା ଉପରେ ଏବେ ହାର୍ଦ୍ଦିକ ପୂର୍ଣ୍ଣଛେଦ ପକାଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଏପ୍ରିଲ୍‌ ମାସରେ ଅହମ୍ମଦାବାଦ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପଟେଲ୍‌ ଭେଟିଥିଲେ। ତେଣୁ, ସେ ‘ବିଜେପି’ରେ ଯୋଗ ଦେଇ ପାରନ୍ତି ବୋଲି ପୂର୍ବରୁ ଖବର ମିଳିଥିଲା। ଦଳରୁ ଅସନ୍ତୋଷ ହୋଇ ଗୁଜରାଟ କଂଗ୍ରେସର ପୂର୍ବତନ କାର୍ଯ୍ୟନିର୍ବାହୀ ସଭାପତି ହାର୍ଦ୍ଦିକ ପଟେଲ୍‌ ମେ’ ୧୮ ତାରିଖରେ ଟ୍ୱିଟ୍‌ କରି କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେବା କଥା କହିଥିଲେ। ସେ ଟ୍ୱିଟ୍‌ କରି ଲେଖିଥିଲେ, ‘ ଆଜି ମୁଁ ଦୃଢ଼ ଆତ୍ମବିଶ୍ୱସର ସହିତ ଗୁଜରାଟ କଂଗ୍ରେସ କମିଟିର କାର୍ଯ୍ୟନିର୍ବାହୀ ସଭାପତି ଏବଂ କଂଗ୍ରେସ ପାର୍ଟିର ମୌଳିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ମୋ ସିଦ୍ଧାନ୍ତକୁ ମୋର ସମସ୍ତ ସହଯୋଗୀ ଓ ଗୁଜରାଟବାସୀ ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି। ‌ମୋର ମନେହୁଏ, ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଭବିଷ୍ୟତରେ ମୁଁ ଗୁଜରାଟ ପାଇଁ ପ୍ରକୃତରେ କାର୍ଯ୍ୟ କରିପାରିବ।’ କଂଗ୍ରେସ ଛାଡିବା ପରେ ହାର୍ଦ୍ଦିକ ପଟେଲ ଦଳକୁ ଟାର୍ଗେଟ ମଧ୍ୟ କରିଥିଲେ। ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ।

ad-week
Leave A Reply

Your email address will not be published.