ଆର୍ଯ୍ୟ ସମାଜ ଦ୍ୱାରା ପ୍ରଦତ୍ତ ବିବାହ ପ୍ରମାଣପତ୍ର ଅବୈଧ: ସୁପ୍ରିମକୋର୍ଟ

add-all

ନୂଆଦିଲ୍ଲୀ: ଆର୍ଯ୍ୟ ସମାଜ ଦ୍ୱାରା ପ୍ରଦତ୍ତ ବିବାହ ପ୍ରମାଣପତ୍ର ଅବୈଧ। ଶୁକ୍ରବାର ଏହା କହିଛନ୍ତି ସୁପ୍ରିମକୋର୍ଟ। ଆର୍ଯ୍ୟ ସମାଜ ଏକ ହିନ୍ଦୁ ସଂସ୍କାରବାଦୀ ସଂଗଠନ । ୧୮୭୫ ମସିହାରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଏହା ପ୍ରତିଷ୍ଠିତ ହୋଇଥିଲା। ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିଷ ଅଜୟ ରାସ୍ତୋଗି ଏବଂ ବି.ଭି ନାଗରାଥନା କହିଛନ୍ତି ଯେ, ଆର୍ଯ୍ୟ ସମାଜ କାହାକୁ ବିବାହ ପ୍ରମାଣପତ୍ର ଦେବାକୁ କ୍ଷମତାଭୁକ୍ତ ନୁହଁ।
କେବଳ ବିଭାଗୀୟ ଅଧିକାରୀ ହିଁ ବିବାହ ପ୍ରମାଣପତ୍ର ଦେଇପାରିବେ। ତେଣୁ ଆବେଦନକାରୀଙ୍କୁ ମୂଳ ପ୍ରମାଣପତ୍ର ଆଣିବାକୁ ସୁପ୍ରିମକୋର୍ଟ କହିଥିଲେ। ମଧ୍ୟପ୍ରଦେଶରେ ଏକ ପ୍ରେମ ବିବାହ ସମ୍ପର୍କିତ ମାମଲାରେ କୋର୍ଟ ଏହା କହିଛନ୍ତି । ଅଭିଯୋଗ ଅନୁଯାୟୀ ଜଣେ ନାବାଳିକାକୁ ଅପହରଣ ଓ ବଳାତ୍କାର କରିଥିବା ଅଭିଯୋଗରେ ଜଣେ ଯୁବକଙ୍କ ବିରୋଧରେ ଏତଲା ଦାୟର ହୋଇଥିଲା। ଏନେଇ ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ତେବେ ଯୁବକ ଜଣକ ତାଙ୍କ ପିଟିସନରେ କହିଥିଲେ ଯେ, ଯୁବତୀ ଜଣକ ବୟସ୍କ ଏବଂ ସେ ନିଜ ଇଚ୍ଛାରେ ବିବାହ କରିବାକୁ ରାଜି ହୋଇଥିଲେ।
ଏହି ବିବାହ ଆର୍ଯ୍ୟ ସମାଜ ମନ୍ଦିରରେ ହୋଇଥିଲା। କେନ୍ଦ୍ରୀୟ ଭାରତୀୟ ଆର୍ଯ୍ୟ ପ୍ରତିନିଧି ସଭା ପକ୍ଷରୁ ଜାରି ହୋଇଥିବା ପ୍ରମାଣପତ୍ରକୁ ସେ ଉପସ୍ଥାନପନ କରିଥିଲେ । ଯାହାକୁ ସୁପ୍ରିମକୋର୍ଟ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। କୋର୍ଟ ଆର୍ଯ୍ୟପ୍ରତିନିଧି ସଭାକୁ ପକ୍ଷଭୁକ୍ତ କରିବା ସହ ୧୯୫୪ରେ ଥିବା ସ୍ପେସିଆଲ ମ୍ୟାରେଜ ଆକ୍ଟ ଧାରା ୫,୬, ୭ ଓ ୮କୁ ସାମିଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.