ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପିର ଆୟ ହ୍ରାସ ପାଇଛି

add-all

ନୂଆଦିଲ୍ଲୀ: ୨୦୨୧ ଆର୍ଥିକ ବର୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି)ର ମୋଟ ଆୟ ପ୍ରାୟ ୮୦ ପ୍ରତିଶତ ହ୍ରାସ ପାଇ ୭୫୨ କୋଟି ଟଙ୍କାରେ ପହଞ୍ଚିଛି। କାରଣ ପୂର୍ବ ଆର୍ଥିକ ବର୍ଷରେ ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପି ୨,୫୫୫ କୋଟି ଟଙ୍କା ଆୟ କରିଥିବା ବେଳେ ୨୦୨୧ ଆର୍ଥିକ ବର୍ଷରେ ଏହା ୨୨.୩୮ କୋଟି ଟଙ୍କାକୁ ହ୍ରାସ ପାଇଛି।
ମେ ୨୧ ତାରିଖରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦଳ ପକ୍ଷରୁ ଦାଖଲ କରା ଯାଇଥିବା ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଏହାର ବାର୍ଷିକ ଅଡିଟ୍‌ ରିପୋର୍ଟରେ ବିଜେପି ଏହାର ମୋଟ ଖର୍ଚ୍ଚ ୬୨୦.୩୯ କୋଟି ଟଙ୍କା ଏବଂ ରସିଦ ଆୟ ୭୫୨.୩୩ କୋଟି ଟଙ୍କା ଦର୍ଶାଇଛି।
ପୂର୍ବ ଆର୍ଥିକ ବର୍ଷରେ ଦଳର ରସିଦ ଆୟ ୩,୬୨୩.୨୮ କୋଟି ଟଙ୍କା ଏବଂ ଖର୍ଚ୍ଚ ୧,୬୫୧ କୋଟି ଟଙ୍କା ଥିଲା।
ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା, ନିର୍ବାଚନୀ ବଣ୍ଡ ମାଧ୍ୟମରେ ଦଳର ଆୟ ମାତ୍ର ୨୨.୩୮ କୋଟି ଟଙ୍କା ଥିଲା। କିନ୍ତୁ, ମାର୍ଚ୍ଚ ୩୧, ୨୦୨୦ରେ, ନିର୍ବାଚନୀ ବଣ୍ଡ ମାଧ୍ୟମରେ ଦଳର ଆୟ ହୋଇଥିଲା ୨୫୫୫ କୋଟି ଟଙ୍କା।
ନିର୍ବାଚନ/ସାଧାରଣ ପ୍ରଚାର ଅଧୀନରେ ଦଳ ୪୨୧ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ଦର୍ଶାଇଛି।
ଗତ ଆର୍ଥିକ ବର୍ଷରେ ଦଳ ବିଜ୍ଞାପନ, ହେଲିକପ୍ଟଟ ଏବଂ ବିମାନ ଭଡ଼ା, ହୋର୍ଡିଂ ଏବଂ କଟ୍‌ ଆଉଟ୍‌, ପ୍ରାର୍ଥୀମାନଙ୍କୁ ଆର୍ଥିକ ସହାୟତା ଏବଂ ଅନ୍ୟମାନଙ୍କୁ ଅନୁଦାନ ଭଳି କାର୍ଯ୍ୟକଳାପରେ ୧,୩୫୨ କୋଟି ଟଙ୍କା ଖର୍ଚ୍ଚ କରିଥିଲା।

ad-week
Leave A Reply

Your email address will not be published.