ଆତ୍ମ-ବିବାହ ହିନ୍ଦୁବାଦ ବିରୋଧୀ: ବିଜେପି ନେତ୍ରୀ ସୁନୀତା ଶୁକ୍ଳା

Independence

ଅହମଦାବାଦ: ଜୁନ୍‌ ୧୧ ତାରିଖ ଦିନ ଆତ୍ମ-ବିବାହ (ନିଜକୁ ନିଜେ ବାହାହେବା) କରିବା ଲାଗି ନିଷ୍ପତ୍ତି ନେଇଥିବା ବଡ଼ଦୋରାର ୨୪ ବର୍ଷୀୟ କ୍ଷମା ବିନ୍ଦୁଙ୍କୁ ମନ୍ଦିରରେ ବାହା କରାଇ ଦେବେନାହିଁ ବୋଲି ଆଜି ସହରର ବିଜେପି ୟୁନିଟ୍‌ ମୁଖ୍ୟ ସୁନୀତା ଶୁକ୍ଳା କହିଛନ୍ତି।
କ୍ଷମା ବିନ୍ଦୁଙ୍କ ନିଷ୍ପତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ଶୁକ୍ଳା କହିଛନ୍ତି, ସେ ଯଦି ମନ୍ଦିରରେ ବାହା ହେବାକୁ ଚାହୁଁ ଥାଆନ୍ତି, ଆମେ ତାହା କରାଇ ଦେବୁନାହିଁ। ଏପ୍ରକାର ବିବାହ ହିନ୍ଦୁବାଦ ବିରୋଧୀ।
ସୁନୀତା ଶୁକ୍ଳା କହିଛନ୍ତି ଯେ, ବିନ୍ଦୁ ମାନସିକ ବିକାରଗ୍ରସ୍ତ। ପୁଅଟିଏ ପୁଅକୁ ଅଥବା ଝିଅଟିଏ ଝିଅକୁ ବିଭା ହେବା କଥା ହିନ୍ଦୁ ସଂସ୍କୃତିରେ କେଉଁଠି ଉଲ୍ଲେଖ ନାହିଁ। ମୁଁ ଉକ୍ତ ବିବାହ ଅନୁଷ୍ଠାନ ସ୍ଥଳୀର ବିରୋଧ କରୁଛି। କୌଣସି ମନ୍ଦିରରେ ସେ ଆତ୍ମ-ବିବାହ କରିପାରିବ ନାହିଁ। ଏଭଳି ବିବାହ ହିନ୍ଦୁବାଦର ବିରୁଦ୍ଧାଚରଣ କରେ। ଏ ବିବାହ ହିନ୍ଦୁ ଜନସଂଖ୍ୟା ହ୍ରାସ କରିବ। ଯଦି କୌଣସି କଥା ଧର୍ମର ବିରୁଦ୍ଧାଚରଣ କରେ, ତେବେ ଆଉ କୌଣସି ପ୍ରଥା ଅନୁସରଣ କରାଯାଇ ପାରିବ ନାହିଁ।
ସୂଚନାଯୋଗ୍ୟ, ଆତ୍ମ-ବିବାହ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବା କ୍ଷମା ହେଉଛନ୍ତି ସମାଜବିଜ୍ଞାନରେ ସ୍ନାତକ ହାସଲ କରି ସମ୍ପ୍ରତି ଏକ ଘରୋଇ କମ୍ପାନିରେ ବରିଷ୍ଠ ‘ରିକୃଇଟ୍‌ମେଣ୍ଟ୍‌ ଅଫିସର୍‌’ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ପିତାମାତା ଇଞ୍ଜିନିୟର। ବାପା ଦକ୍ଷିଣ ଆଫ୍ରିକାରେ ଓ ମାଆ ଅହମଦାବାଦରେ ରହୁଛନ୍ତି। କ୍ଷମା ନିଜକୁ ଏତେ ସୁଖ ପାଆନ୍ତି ଯେ, ନିଜ ଭିତରେ ହିଁ ସେ ନିଜର ବର ଖୋଜିପାଇଛନ୍ତି। ତେଣୁ, ସେ ଆତ୍ମ-ବିବାହ ସିଦ୍ଧାନ୍ତ ନେଇଛନ୍ତି।

ad-week
Leave A Reply

Your email address will not be published.