‘ହିନ୍ଦୀ ହେଉଛି ଅବିକଶିତ ରାଜ୍ୟର ଭାଷା, ଆମକୁ ଶୁଦ୍ର କରିଦେବ’

add-all

ଚେନ୍ନାଇ: ଭାଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଧସେଇ ପଶିଛନ୍ତି ତାମିଲନାଡୁରେ କ୍ଷମତାସୀନ ଡିଏମକେର ସାଂସଦ ଟିକେଏସ ଇଲାଙ୍ଗୋଭାନ। ସେ ହିନ୍ଦୀ ଭାଷାକୁ ନେଇ ଅତ୍ୟନ୍ତ ବିବାଦୀୟ ବୟାନ ଦେଇଛନ୍ତି। ତାଙ୍କ ମତରେ ହିନ୍ଦୀ ହେଉଛି ଅବିକଶିତ ରାଜ୍ୟର ଭାଷା। ଏଥିସହ ସହ ହିନ୍ଦୀ କେବଳ ଶୁଦ୍ରମାନଙ୍କ ପାଇଁ ବୋଲି କହିଛନ୍ତି। ଇଲାଙ୍ଗୋଭାନଙ୍କ ଏପରି ବୟାନକୁ ନେଇ ବେଶ ବିବାଦ ଆରମ୍ଭ ହୋଇଛି।
ଇଲାଙ୍ଗୋଭାନ କହିଛନ୍ତି, “ହିନ୍ଦୀ ହେଉଛି ବିହାର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ ଭଳି ଅବିକଶିତ ରାଜ୍ୟଗୁଡ଼ିକର ମୂଳ ଭାଷା। ଆପଣମାନେ ପଶ୍ଚିମବଙ୍ଗ, ଓଡ଼ିଶା, ତେଲେଙ୍ଗାନା, ତାମିଲନାଡୁ, କେରଳ, କର୍ଣ୍ଣାଟକା, ମହାରାଷ୍ଟ୍ର, ଗୁଜରାଟ ଓ ପଞ୍ଜାବକୁ ଦେଖନ୍ତୁ। ଏହି ସବୁ ରାଜ୍ୟ କ’ଣ ବିକଶିତ ନୁହନ୍ତି? ଏହି ସବୁ ରାଜ୍ୟଗୁଡ଼ିକରେ ରହୁଥିବା ଲୋକଙ୍କ ମାତୃଭାଷା ହିନ୍ଦୀ ନୁହେଁ। ହିନ୍ଦୀ ଆମକୁ ଶୁଦ୍ର କରିଦେବ। ହିନ୍ଦୀ ଆମ ପାଇଁ ଆଦୌ ଭଲ ନୁହେଁ।”
ଏପ୍ରିଲ ମାସରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ “ହିନ୍ଦୀକୁ ଆମେ ଇଂରାଜୀର ବିକଳ୍ପ ଭାବେ ଗ୍ରହଣ କରିବା ଦରକାର। ଏହାକୁ କେବେ ହେଲେ ଆଞ୍ଚଳିକ ଭାଷା ଭାବିବା କଥା ନୁହେଁ।” ଏବେ କିନ୍ତୁ ଡିଏମକେ ସାଂସଦଙ୍କ ଏଭଳି ବୟାନ ସାମ୍ନାକୁ ଆସିଛି।

ad-week
Leave A Reply

Your email address will not be published.