ଦେଶ ବର୍ତ୍ତମାନ ଗୃହଯୁଦ୍ଧ ଅଭିମୁଖେ : ଲାଲୁ

add-all

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ଏଥିସହ ଦେଶ ବର୍ତ୍ତମାନ ଗୃହଯୁଦ୍ଧ ଅଭିମୁଖେ ଯାଉଥିବା ସେ ଅଭିଯୋଗ କରିଛନ୍ତି। ଏହାବାଦ ବେକାରୀ ଓ ମାନ୍ଦାବସ୍ଥା ବିରୋଧରେ ଲୋକଙ୍କୁ ଏକାଠି ହେବାକୁ ଲାଲୁ ପ୍ରସାଦ ଯାଦବ ଆହ୍ୱାନ ଦେଇଛନ୍ତି।
ସଂପୂର୍ଣ୍ଣ କ୍ରାନ୍ତୀ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଲାଲୁ ଯାଦବ ଭିଡିଓ କନଫରେସିଂ ଜରିଆରେ ଯୋଗଦେଇଥିଲେ। ଏହି ସମୟରେ ସେ କହିଛନ୍ତି, “ବିଜେପି ଯେଉଁଭଳି କାମ ସବୁ କରୁଛି, ତାହା ଦେଶକୁ ଗୃହଯୁଦ୍ଧ ଅଭିମୁଖେ ନେଉଛି। ବର୍ତ୍ତମାନ ଦେଶ ଗୃହଯୁଦ୍ଧ ଆଡ଼େ ଯାଉଛି। ମୁଁ ଦେଶର ଲୋକମାନଙ୍କୁ ମାନ୍ଦାବସ୍ଥା, ବେକାରୀ ଓ ଦୁର୍ନୀତି ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଉଛି। ଆମକୁ ଏକାଠି ହୋଇ ଲଢ଼ିବାକୁ ପଡ଼ିବ ଓ ଆମେ ମଧ୍ୟ ଜିତିବା।” ଏଥିସହ ସେ ଧର୍ମନିରପେକ୍ଷରେ ବିଶ୍ୱାସ କରୁଥିବା ସଂଗଠନ ଓ ଲୋକଙ୍କୁ ଏକାଠି ହୋଇ ଲଢ଼ିବାକୁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗୋ ଖାଦ୍ୟ ଦୁର୍ନୀତିରେ ଫସିଥିବା ଲାଲୁ ଯାଦବଙ୍କୁ ଏପ୍ରିଲ ମାସରେ ଝାରଖଣ୍ଡ ହାଇକୋର୍ଟ ଜାମିନରେ ଛାଡ଼ିଛନ୍ତି। ଫେବୃଆରୀ ମାସରେ ରାଞ୍ଚି ସ୍ଥିତି ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋରନ୍ଦା ରାଜକୋଷରୁ ବେଆଇନ ଟଙ୍କା ଉଠାଣ ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ହାଇକୋର୍ଟ ତାଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଏପ୍ରିଲ ମାସରେ ଜାମିନରେ ଛାଡ଼ିଛନ୍ତି।

ad-week
Leave A Reply

Your email address will not be published.