ମୁକୁଲ ରୟ କେଉଁ ଦଳର ନେତା, ସ୍ପଷ୍ଟ କଲେ ବାଚସ୍ପତି

add-all

କୋଲକାତା: ମୁକୁଲ ରୟ କେଉଁ ଦଳର ନେତା। ସେ ବିଜେପିର ନା ତ୍ରୁଣମୂଳ କଂଗ୍ରେସର ନେତା, ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଏହି ଚର୍ଚ୍ଚାର ଆଜି ଅବସାନ ଘଟିଛି। ମୁକୁଲ ରୟ ହେଉଛନ୍ତି ବିଜେପି ବିଧାୟକ। ଏହା କହିଛନ୍ତି ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ। ତାଙ୍କ ସଭ୍ୟପଦକୁ ରଦ୍ଦ ନେଇ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ହାଇକୋର୍ଟରେ ମାମଲା ରୁଜୁ କରିଥିବା ବେଳେ ଆଜି ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ସ୍ପଷ୍ଟ କରିଛନ୍ତି। ବିଜେପି ଛାଡ଼ି ଟିଏମସିରେ ଯୋଗ ଦେବା ପରେ ତାଙ୍କ ସଭ୍ୟ ରଦ୍ଦ ପାଇଁ ଶୁଭେନ୍ଦୁ ଅଧିକାରୀ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ମାମଲାରେ ହାଇକୋର୍ଟ ବାଚସ୍ପତ୍ତିଙ୍କୁ ନିଷ୍ପତ୍ତି ନେବାକୁ କହିଥିଲେ। ଆଜି ବାଚସ୍ପତ୍ତି ବିମନ ବାନାର୍ଜୀ ମୁକୁଲ ରୟ ବିଜେପି ବିଧାୟକ ବୋଲି ସ୍ପଷ୍ଟ କରିଥିଲେ। ବାଚସ୍ପତି କହିଛନ୍ତି ଯେ, ଏହି ମାମଲାରେ ଗୋଟିଏ ମାସ ଭିତରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ସମୟ ଦେଇଥିଲେ।
ଅନ୍ୟପଟେ ମୁକୁଲ ରୟ କରିଥିବା ଆବେଦନକୁ ବାଚସ୍ପତି ଖାରଜ୍ କରିଦେଛନ୍ତି। ୨୦୨୧ ନିର୍ବାଚନରେ ମୁକୁଲ ରୟ ନଦିଆ ଜିଲ୍ଲାର କ୍ରିଶ ନଗରରୁ ବିଜେପି ଟିକେଟରୁ ବିଧାୟକ ଭାବେ ନିବାଚିତ ହୋଥିଲେ ସେ । କିନ୍ତୁ ୨୦୨୧ ଜୁନ ମାସରେ ସେ ବିଜେପି ଛାଡ଼ି ଶାସକ ଟିଏମସି ଶିବିରକୁ ଫେରିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତରେ ସେ ଟିଏମସିରେ ମିଶିଥିଲେ। କିନ୍ତୁ ବିରୋଧୀ ଦଳର ବିଧାୟକ ଭାବେ ବାଚସ୍ପତି ତାଙ୍କୁ ପବ୍ଲିକ ଆକାଉଣ୍ଟସ୍‌ କମିଟି(ପିଏସି)ରେ ଅଧ୍ୟକ୍ଷ ଭାବେ ମନୋନିତ କରିଥିଲେ। ପରମ୍ପରା ଅନୁଯାୟୀ ଏହି କମିଟିର ଅଧ୍ୟକ୍ଷ ପଦବୀ ବିରୋଧୀ ଦଳ ନେତାଙ୍କୁ ପ୍ରଦାନ କରାଯାଇ ଥାଏ। ତେବେ ଏହି ନିଯୁକ୍ତିକୁ ବିଜେପି ବିରୋଧ କରି ତାଙ୍କ ସଭ୍ୟପଦ ରଦ୍ଦ ପାଇଁ ଦାବି କରିଥିଲା।
ଏ ସମ୍ପର୍କରେ ପୂର୍ବରୁ ବିଧାନସଭା ବାଚସ୍ପତିଙ୍କ ଇଜିଲାସରେ ଶୁଣାଣି ହୋଇଥିଲା। ଏହି ଶୁଣାଣି ବେଳେ ମୁକୁଲ ରୟଙ୍କ ଓକିଲ କହିଥିଲେ ଯେ, ତାଙ୍କ ମହକିଲ ମୁକୁଲ ରୟ ଗତ ବର୍ଷ ଜୁନ ମାସରେ ସୌଜନ୍ୟତା ଦୃଷ୍ଟିରୁ ଟିଏମସି ଅଫିସକୁ ପରିଦର୍ଶନ ପାଇଁ ଯାଇଥିଲେ। ସେ ଏବେବି ବିଜେପି ସହ ଥିବା ତାଙ୍କ ମହକିଲ କହିଛନ୍ତି । ଗତ ଜାନୁଆରୀ ୧୯ତାରିଖରେ ମୁକୁଲ ରୟଙ୍କ ବିଧାୟକ ପଦ ରଦ୍ଦ ପାଇଁ ବିଧାନ ସଭାରେ ଆବେଦନ ହୋଇଥିଲା। ହେଲେ ଏହାକୁ ଖାରଜ କରି ଦେଇଥିଲେ ବାଚସ୍ପତି। ପରେ ବାଚସ୍ପତିଙ୍କ ରାୟ ବିରୋଧରେ ବିଜେପିର ଶୁଭେନ୍ଦୁ ଅଧିକାରୀ କୋଲକାତା ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ।

ad-week
Leave A Reply

Your email address will not be published.