ହାଇଦ୍ରାବାଦ ଗଣଦୁଷ୍କର୍ମ: ଅଭିଯୁକ୍ତଙ୍କୁ ସାବାଳକ ଭଳି ଦଣ୍ଡ ଦେବାକୁ ପୁଲିସର ଦାବି

add-all

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ କାର୍‌ ଭିତରେ ଗଣଦୁଷ୍କର୍ମ ମାମଲାରେ କଠୋର ହୋଇଛି ପୁଲିସ। ଏହି ମାମଲାରେ ବର୍ତ୍ତମାନ ଯାଏ ୬ ଜଣଙ୍କୁ ପୁଲସ ଗିରଫ କରିଛି। ଏଥିରେ ୫ ଜଣ ନାବାଳକ ଅଛନ୍ତି। ତେବେ ଏହି ଏହି ନାବାଳକ ଅଭିଯୁକ୍ତଙ୍କୁ ସାବାଳକଙ୍କ ଭଳି ଦଣ୍ଡ ଦେବାକୁ ବିଚାର କରାଯାଉ ବୋଲି ପୁଲିସ ଦାବି କରିଛି। ନାବାଳକ ଭାବି ଏମାନଙ୍କ ଦଣ୍ଡ କୋହଳ କରାନଯାଉ ବୋଲି ପୁଲିସ କହିଛି।
ହାଇଦ୍ରାବାଦ ପୁଲିସ କମିଶନର ସିବି ଆନନ୍ଦଙ୍କ କହିବା ମୁତାବକ, ‘ଆଇନ ଅନୁଯାୟୀ ଜଣେ ନାବାଳକଙ୍କୁ ୩ ବର୍ଷରୁ ଅଧିକ ଦଣ୍ଡ ଦିଆଯାଇ ପାରିବ ନାହିଁ। କିନ୍ତୁ ଗଣଦୁଷ୍କର୍ମ ଅଭିଯୁକ୍ତ ଥିବା ନାବାଳକଙ୍କୁ ଅଧିକରୁ ଅଧିକ ଦଣ୍ଡ ଦେବା ପାଇଁ କୋର୍ଟରେ ଦାବି କରାଯିବ।’
ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ୫ ନାବାଳକଙ୍କ ବୟସ ୧୬ ବର୍ଷରୁ ଅଧିକ, କିନ୍ତୁ ୧୮ ବର୍ଷରୁ କମ୍‌। ସେହିପରି ଜଣେ ଅଭିଯୁକ୍ତଙ୍କ ବୟସ ୧୮ ବର୍ଷରୁ ଏକ ମାସ କମ୍‌ ରହିଛି। କେବଳ ସେତିକି ନୁହେଁ, ତିନି ନାବାଳକଙ୍କର କଥିତ ରୂପେ ଶକ୍ତିଶାଳୀ ରାଜନେତାଙ୍କ ସହ ସମ୍ପର୍କ ରହିଛି।
ପୁଲିସ କହିବା ମୁତାବକ, ଗିରଫ କରାଯାଇଥିବା ୬ ଅଭିଯୁକ୍ତଙ୍କ ମଧ୍ୟରୁ ଇନୋଭା କାର୍‌ ଭିତରେ ଗଣଦୁଷ୍କର୍ମରେ ୫ ଜଣ ସାମିଲ ଥିଲେ। ଆଉ ଜଣେ ଅଭିଯୁକ୍ତ ନାବାଳିକାଙ୍କ ସହ ଦୁର୍ବ୍ୟବହାର ହେଉଥିବା ଦେଖିଥିଲା, କିନ୍ତୁ ଦୁଷ୍କର୍ମ କରିନାହିଁ।
ଉଲ୍ଲେଖଯୋଗ୍ୟ, ମେ’ ୨୮ ତାରିଖରେ ହାଇଦ୍ରାବାର ଜୁଭଲି ହିଲ୍ସର ଏକ ପବ୍‌ରେ ଅଭିଯୁକ୍ତ ଓ ନାବାଳିକାଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇଥିଲା। ପବ୍‌ରେ ଆୟୋଜିତ ପାର୍ଟିରେ ଯୋଗ ଦେଇ ଘରକୁ ଫେରିବା ବେଳେ ୧୭ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ।
ଏନେଇ ଝିଅର ବାପା ଥାନାରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା। ସିସିଟିଭି ଫୁଟେଜ୍‌ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା।

ad-week
Leave A Reply

Your email address will not be published.