ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା

add-all

ନୂଆଦିଲ୍ଲୀ: ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା। ଏଣିକି ଗଞ୍ଜେଇ ଉତ୍ପାଦନ କରିବା, ଏହାକୁ ରଖିବା ଓ ପରିବହନ କରିବା ଥାଇଲ୍ୟାଣ୍ଡରେ ଆଉ ଅପରାଧ ନୁହେଁ। ତେବେ ଗଞ୍ଜେଇ କିମ୍ବା ଭାଙ୍ଗକୁ ଅଧିକ ପରିମାଣରେ ନିଶା ପାଇଁ ବ୍ୟବହାର କଲେ, ଏଥିପାଇଁ ଜୋରିମାନା ଲାଗୁ ହେବ।
ଏ ସମ୍ପର୍କରେ ଥାଇଲ୍ୟାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଅନୁଟିନ ଚାରନଭିରାକୁଲ ସୂଚନା ଦେଇଛନ୍ତି। ସେହିପରି ଗଞ୍ଜେଇ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଥାଇଲ୍ୟାଣ୍ଡ ସରାକାର ୧୦ ଲକ୍ଷ ମଞ୍ଜି ମଧ୍ୟ ବାଣ୍ଟିବେ। ଶୁକ୍ରବାର ଠାରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି।
ସ୍ୱାସ୍ଥ୍ୟମନ୍ତ୍ରୀ ଚାରନଭିରାକୁଲ କହିଛନ୍ତି, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ସହ ଏହାକୁ ଆଗକୁ ନେବା ପାଇଁ ଗଞ୍ଜେଇ ଉତ୍ପାଦନକୁ ଆଇନଗତ ମାନ୍ୟତା ଦିଆଯାଇଛି। ତେବେ ଏହାକୁ ନିଶା ପାଇଁ ବ୍ୟବହାର କରିବା ଏବେ ବି ଅପରାଧ। ଏବେ ବି ଦେଶରେ ଗଞ୍ଜେଇ ଜାତୀୟ ଦ୍ରବ୍ୟର ସେବନ ଓ ଚୋରା ଚାଲାଣ ବେଆଇନ ରହିଛି।
ତେବେ କୌଣସି ରୋଗର ଚିକିତ୍ସା ପାଇଁ ଗଞ୍ଜେଇ ଓ ହେମ୍ପ ଦ୍ରବ୍ୟର ଉତ୍ପାଦନ ଏବଂ ପରିବହନ କରିବା ବେଆଇନ ନୁହେଁ। ଦେଶରେ ଥିବା କାଫେ ଓ ରେଷ୍ଟୁରାଣ୍ଟ ଗୁଡ଼ିକ ଗଞ୍ଜେଇରୁ ଉତ୍ପାଦନ ହେଉଥିବା ଖାଦ୍ୟ ଓ ପାନୀୟ ପାଇଁ ଲୋକଙ୍କୁ ଦେଇ ପାରିବେ। ତେବେ ଖାଦ୍ୟ ଓ ପାନୀୟରେ ୦.୨%ରୁ ଅଧିକ tetrahydrocannabinol ବା ଟିଏଚ୍‌ସି ରହିବ ନାହିଁ। ଦେଶରେ ଗଞ୍ଜେଇକୁ ଆଇନଗତ ମାନ୍ୟତା ମିଳିଛି ସତ। କିନ୍ତୁ ସର୍ବସାଧାରଣ ସ୍ଥାନରେ ଏହାକୁ କେହି ଟାଣି ପାରିବେ ନାହିଁ।
ଯଦି କେହି ନିୟମ ଉଲ୍ଲଙ୍ଘନ କରିବେ, ତା’ହେଲେ ସେମାନଙ୍କୁ ଜନସ୍ୱାସ୍ଥ୍ୟ ଆଇନ ଅନୁଯାୟୀ, ୩ ମାସ ଜେଲ ଓ ୮୦୦ ଡଲାର ଫାଇନ ଦେବାକୁ ପଡ଼ିବ। ଥାଇଲ୍ୟାଣ୍ଡ ସରକାର ସବୁବେଳେ ଗଞ୍ଜେଇ ବା ଭାଙ୍ଗକୁ ହସ୍ପିଟାଲ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟବହାର କରିବାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ସରକାର କେବେ ହେଲେ ଲୋକଙ୍କୁ ଅନ୍ୟ କୌଣସି କାରଣ ପାଇଁ ଗଞ୍ଜେଇ ସେବନ କରିବାକୁ କହି ନାହାନ୍ତି। ସେହିପରି ଗଞ୍ଜେଇ ବ୍ୟବହାର କରି ଅନ୍ୟମାନଙ୍କୁ ଅସୁବିଧାରେ ପକାଇବାକୁ କାହାକୁ ବି କେବେ ହେଲେ ଅନୁମତି ମିଳି ନଥିବା ସେ କହିଛନ୍ତି।

ad-week
Leave A Reply

Your email address will not be published.