କ୍ରସ ଭୋଟିଂ କରିଥିବାରୁ ବିଧାୟକ କୂଲଦୀପ ବିଷ୍ଣୋୟୀ ବହିଷ୍କୃତ

add-all

ନୂଆଦିଲ୍ଲୀ: ଶନିବାର କଂଗ୍ରେସ ଦଳର ବିଧାୟକ କୂଲଦୀପ ବିଷ୍ଣୋୟୀଙ୍କୁ ବହିଷ୍କାର କରାଯାଇଛି। କ୍ରସ ଭୋଟିଂ କରିଥିବାରୁ ଦଳର ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହରିୟାରାଣାର କଂଗ୍ରେସ ବିଧାୟକ କୁଲଦୀପ ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ କ୍ରସ୍‌ ଭୋଟିଂ ପାଇଁ ଅଜୟ ମାକେନ ପରାଜିତ ହୋଇଥିଲେ। ଏହା ପୂର୍ବରୁ କୂଲଦୀପଙ୍କୁ ପାର୍ଟିର ସବୁ ପଦ କାଢ଼ି ନିଆଯାଥିଲା। ହରିୟାଣା ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜୟ ମାକନଙ୍କ ପରାଜୟ ପରେ ବିଶ୍ନୋଇ ଏକ ଟ୍ୱିଟ୍‌ କରିଥିଲେ।
ଯେଉଁଥିରେ କଂଗ୍ରେସକୁ କଟାକ୍ଷ କରିଥିଲେ। ସେହିପରି ସାପ ଡରରେ ଜଙ୍ଗଲ ଛାଡି ଚାଲିଯିବା ଲୋକ ନୁହେଁ ବୋଲି ଉଲ୍ଲେଖ କରିଥିଲେ। ସୂଚନା ଅନୁସାରେ ବିଜେପି-ଜେଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ କାର୍ତିକେୟ ଶର୍ମା କଡା ଟକ୍କର ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଅଜୟ ମାକନଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା।
ସେହିପରି ଅନ୍ୟ ଜଣେ ଦଳୀୟ ବିଧାୟକ କିରଣ ଚୌଧୁରୀଙ୍କ ଭୋଟ ମଧ୍ୟ ନାକଚ ହୋଇଥିଲା । ଭୋଟିଂ ପ୍ରକ୍ରିୟାରେ କିଛି ତ୍ରୁଟି ଯୋଗୁଁ ତାଙ୍କ ଭୋଟ ମଧ୍ୟ ଗ୍ରହଣ କରାଯାଇ ନଥିଲା । ତେବେ ଏହି ତ୍ରୁଟି ସଂଯୋଗବଶତଃ କମ୍ବା ଏହାକୁ ପୂର୍ବ ଯୋଜନାବଦ୍ଧ ଭାବେ କରାଯାଇଛି, ତାହା ମଧ୍ୟ କଂଗ୍ରେସ ସମୀକ୍ଷା କରୁଛି । ଯଦି କୌଣସି ଷଡଯନ୍ତ୍ରମୂଳକ ତ୍ରୁଟି ସାମ୍ନାକୁ ଆସେ ତେବେ କିରଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

ad-week
Leave A Reply

Your email address will not be published.