ସୋନିଆ ଗାନ୍ଧି ଅସୁସ୍ଥ

add-all

ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ହଠାତ୍ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ କରୋନା ଜନିତ ସମସ୍ୟା ପରେ ହସ୍ପିଟାଲ ନିଆଯାଇଥିବା ଦଳର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ତେବେ ସୋନିଆଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି। ତାଙ୍କୁ ଡାକ୍ତରଙ୍କ ଦେଖରେଖାରେ ରଖାଯାଇଛି ବୋଲି ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି।
ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋନିଆଙ୍କୁ ପଚରାଉଚରା କରିବା ପାଇଁ ସମନ ଜାରି କରିଥିଲା। ସୋନିଆଙ୍କୁ ଇଡି ଜୁନ ୮ରେ ହାଜର ହେବାକୁ ନୋଟିସ କରିଥିଲା। ହେଲେ ସେ ଜୁନ୍ ୨ରେ କରୋନାରେ ଆକ୍ରାନ୍ତ ହେବାରୁ ହାଜର ହୋଇ ପାରି ନଥିଲେ। ଏହାପରେ ସେ ଇଡିରେ ହାଜର ହେବା ପାଇଁ ସମୟ ମାଗିଥିଲେ। ତେବେ ଇଡି ପୁଣିଥରେ ତାଙ୍କୁ ୨୩ ତାରିଖରେ ହାଜର ହେବାକୁ କହିଛି।
ଅନ୍ୟପକ୍ଷରେ ଆସନ୍ତାକାଲି ଏହି ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଇଡିରେ ହାଜର ହେବେ। ତାଙ୍କୁ ଏହି ମନି ଲଣ୍ଡରିଂ ମାମଲାରେ ଇଡି ଜେରା କରିବ। ତେବେ ଏହାକୁ ବିରୋଧ କରି ବ୍ୟାପକ ପ୍ରତିବାଦ ପ୍ରଦର୍ଶନ କରିବା ପାଇଁ କଂଗ୍ରେସ କର୍ମୀମାନେ ଯୋଜନା କରୁଛନ୍ତି। ଆସନ୍ତାକାଲି ସାଂସଦ ରାହୁଲ୍‌ ଗାନ୍ଧିଙ୍କ ସହିତ ବରିଷ୍ଠ କଂଗ୍ରେସ ନେତାମାନେ ଜାତୀୟ ରାଜଧାନୀରେ ଥିବା ପ୍ରବର୍ତ୍ତନ ନିର୍ଦେଶାଳୟକୁ ପଦଯାତ୍ରାରେ ଯିବେ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.