ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ, କଂଗ୍ରେସ ନେତାଙ୍କ ନାଁରେ ମାମଲା

add-all

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଶବ୍ବ ପ୍ରୟୋଗ କରି ଅଡ଼ୁଆରେ ମହାରାଷ୍ଟ୍ର କଂଗ୍ରେସର ଜଣେ ନେତା। ଆପତ୍ତିଜନକ ଟିପ୍ପଣୀ ପାଇଁ ଉକ୍ତ କଂଗ୍ରେସ ନେତାଙ୍କ ନାଁରେ ନାଗପୁର ପୁଲିସ୍‌ ଷ୍ଟେସନରେ ରୁଜୁ ହୋଇଛି ମାମଲା। ରାହୁଲ ଗାନ୍ଧିଙ୍କୁ ଇଡି ଜେରା କରୁଥିବା ବେଳେ ଏହାକୁ ବିରୋଧ କରି ନାଗପୁରରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏହାର ନେତୃତ୍ୱ କଂଗ୍ରେସ ନେତା ଶେଖ ହୁସେନ ନେଇଥିଲେ। ସେ ବିକ୍ଷୋଭ ବେଳେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ବିରୋଧ କରି ପ୍ରଥମେ ବିଜେପିର ନାଗୁପର ୟୁନିଟ ପୁଲିସ୍‌ରେ ଅଭିଯୋଗ କରିଥିଲା।
ପୁଲିସ୍‌ ଘଟଣାକୁ ଯାଞ୍ଚ କରି ହୁସେନଙ୍କ ନାଁରେ ଅଭଦ୍ର ଆଚରଣ, ଊଦ୍ଦେଶ୍ୟ ପ୍ରଣୋଦିତ ଭାବେ ଅପମାନ କରିବା ଓ ସମାଜର ଶାନ୍ତି ଭଙ୍ଗ କରିବା ଆଦି ଦଫାରେ ମାମଲା ରୁଜୁ କରିଛି। ତେବେ ଏଯାଏ ତାଙ୍କୁ ଗିରଫ କରାଯାଇନି ।
ସୂଚନାଯୋଗ୍ୟ, ସୋମବାର ଠାରୁ ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ରାହୁ ଗାନ୍ଧିଙ୍କୁ ଜେରା କରୁଛି। ଏହାକୁ ବିରୋଧ କରି ସୋମବାର ସମଗ୍ର ଦେଶରେ କଂଗ୍ରେସ କର୍ମୀମାନେ ନିଜ ନିଜ ରାଜ୍ୟରେ ଥିବା ଇଡି ଅଫିସ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ad-week
Leave A Reply

Your email address will not be published.