ରାଷ୍ଟ୍ରପତି ନିର୍ବାଚନ: ନବୀନଙ୍କ ସହ କଥା ହେଲେ ରାଜନାଥ

add-all

ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଫୋନ୍‌ ଯୋଗେ ଦୁହେଁ କଥା ହୋଇଥିବା ନେଇ ସୂଚନା ମିଳିଛି। ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେପି ପକ୍ଷରୁ ରାଜନାଥ ସିଂ ଓ ଜେ. ପି. ନଡ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି। ଆଜି ରାଜନାଥ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ସହ ବି କଥା ହୋଇଥିବା ସୂଚନା ମିଳିିଛି।

ଆଜି ଦିଲ୍ଲୀରେ ମମତା ବାନାର୍ଜୀ ଡାକିଥିବା ବିଜେପି ବିରୋଧୀ ଦଳର ବୈଠକକୁ ନବୀନ କି ଜଗନ ପ୍ରତିନିଧି ପଠାଇ ନଥିଲେ। ରାଜନାଥ ସିଂହ ଆଜି ମମତା ବାନାର୍ଜୀ ଓ ଅଖିଳେଶ ଯାଦବଙ୍କ ସହ ବି କଥା ହୋଇଛନ୍ତି। ଆଜିଠାରୁ ରାଷ୍ଟ୍ରପତି ନିର୍ବାଚନ ନେଇ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀକୁ ନେଇ ଆରମ୍ଭ ହୋଇଛି କସରତ। ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ପାଇଁ ଏନ୍‌ଡିଏ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ଏଭଳି ସ୍ଥିିତିରେ ବିଜେଡି ଏବଂ ଓ୍ଵାଇଏସଆର୍‌ କଂଗ୍ରେସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି।

ad-week
Leave A Reply

Your email address will not be published.