ପାକିସ୍ତାନରେ ଥରକରେ ୫୯.୧୬ ଟଙ୍କା ବୃଦ୍ଧି ପାଇଲା ଡିଜେଲ ଦର, ପେଟ୍ରୋଲ ଲିଟର ହେଲା ୨୩୩ ଟଙ୍କା

add-all

ନୂଆଦିଲ୍ଲୀ: ପାକିସ୍ତାନର ଅର୍ଥନୈତିକ ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ବର୍ତ୍ତମାନ ଜନସାଧାରଣଙ୍କ ଉପ‌ରେ ଏହାର ଗମ୍ଭୀର ପ୍ରଭାବ ପଡ଼ିବାରେ ଲାଗିଛି। ପୂର୍ବରୁ ମହଙ୍ଗା ହୋଇଥିବା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଏକା ଥରକେ ଡିଜେଲର ମୂଲ୍ୟ ୫୯.୧୬ ଟଙ୍କା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ମଧ୍ୟ ୨୪.୦୩ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ପରେ ପାକିସ୍ତାନରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୨୩୩.୮୯ ଟଙ୍କାରେ ପହଞ୍ଚିଛି।
ପେଟ୍ରୋଲ ସହିତ ଡିଜେଲ, କିରୋସିନ ଏବଂ ହାଲୁକା ଡିଜେଲ ତେଲର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି। ଡିଜେଲର ମୂଲ୍ୟ ୫୯.୧୬ ଟଙ୍କା ବୃଦ୍ଧି ପାଇଥିବା ବେଳେ କିରୋସିନ ମୂଲ୍ୟ ୩୯.୪୯ ଟଙ୍କା ଓ ହାଲୁକା ଡିଜେଲ ତେଲର ମୂଲ୍ୟ ୩୯.୧୬ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ପରେ ଡିଜେଲର ମୂଲ୍ୟ ଲିଟର ପିଛା ୨୬୩.୩୧ ଟଙ୍କା, କିରୋସିନ ୨୧୧.୪୩ଟଙ୍କା ଓ ହାଲୁକା ଡିଜେଲର ମୂଲ୍ୟ ଏବେ ୨୦୭.୪୭‌ରେ ପହଞ୍ଚିଛି।
ଡିଜେଲ ଏବଂ ପେଟ୍ରୋଲ ଦର ବୃଦ୍ଧି ନେଇ ପାକିସ୍ତାନର ପେଟ୍ରୋଲିୟମ ମନ୍ତ୍ରୀ ମୁସଦ୍ଦକ ମଲିକ ପୂର୍ବ ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଇମ୍ରାନ ସରକାର ପାକିସ୍ତାନର ଅର୍ଥନୀତିକୁ ନଷ୍ଟ କରିଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇମ୍ରାନ ଖାନ ସବସିଡି ଦେଇ ପେଟ୍ରୋଲର ମୂଲ୍ୟ ଜାଣିଶୁଣି ହ୍ରାସ କରିଥିଲେ ଏବଂ ଏହି କାରଣରୁ ଶାହାବାଜ ସରକାରଙ୍କୁ ଏବେ କ୍ଷତି ସହିବାକୁ ପଡ଼ୁଛି।

ad-week
Leave A Reply

Your email address will not be published.