ରାଜ୍ୟସଭା ବଦଳରେ କଂଗ୍ରେସ ନେତା ପୱନ ଖେଡାଙ୍କୁ ମିଳିଲା ପଦୋନ୍ନତି

add-all

ନୂଆଦିଲ୍ଲୀ: କଂଗ୍ରେସ ନେତା ପୱନ ଖେଡାଙ୍କୁ ଆଜି ପଦୋନ୍ନତି ମିଳିଛି | ତାଙ୍କୁ କଂଗ୍ରେସର ଗଣମାଧ୍ୟମ ଏବଂ ପ୍ରଚାର ସେଲର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ପୱନ ଖେଡାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଦଳର ସାଧାରଣ ସମ୍ପାଦକ କେସି ଭେନୁଗୋପାଲଙ୍କ ଦ୍ୱାରା ଜାରି କରାଯାଇଥିବା ଚିଠିରେ ଏହି ସୂଚନା ଦିଆଯାଇଛି। ଏହି ଦାୟିତ୍ୱ ଦେଇ ତାଙ୍କର ପଦୋନ୍ନତି କରାଯାଇଛି ବୋଲି ଚର୍ଚ୍ଚା ହେଉଛି |
ବାସ୍ତବରେ ପୱନ ଖେଡା ନିଜକୁ ରାଜ୍ୟସଭା ପ୍ରାର୍ଥୀ ବୋଲି ଦାବି କରୁଥିଲେ ବି ତାଙ୍କୁ ରାଜ୍ୟସଭା ଯିବାକୁ ଦିଆଯାଇନଥିଲା | ଆଉ ଏହା ପରେ ଦୁଃଖ ପ୍ରକାଶ କରି ସେ କହିଥିଲେ ଯେ ବୋଧହୁଏ ମୋର ତପସ୍ୟାରେ କିଛି ଅଭାବ ରହିଯାଇଛି | କେସି ଭେନୁଗୋପାଲଙ୍କ ଦ୍ୱାରା ଜାରି କରାଯାଇଥିବା ଚିଠିରେ କୁହାଯାଇଛି ଯେ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ପୱନ ଖେଡାଙ୍କୁ ମିଡିଆ ଏବଂ ପ୍ରଚାର ସେଲର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି |
ଏହି ନିଯୁକ୍ତି ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ କରିବାକୁ ଚିଠିରେ କହାଯାଇଛି | ସୂଚନା ଥାଉ କି ଯେ ମେ ମାସର ଶେଷ ସପ୍ତାହରେ କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଆଉ ପୱନ ଖେଡାଙ୍କ ନାମ ଏହି ତାଲିକାରେ ନଥିଲା । ଏହା ଉପରେ ସେ ଟୁଇଟ୍ କରି କହିଥିଲେ ଯେ ବୋଧହୁଏ ମୋର ତପସ୍ୟାରେ କିଛି ଅଭାବ ରହିଛି | ତାଙ୍କର ଏହି ଟୁଇଟ୍ ପରେ ବହୁ ଚର୍ଚ୍ଚା ହୋଇଥିଲା ।

ad-week
Leave A Reply

Your email address will not be published.