ପୁଣି ଇଡିରେ ହାଜର ହେଲେ ରାହୁଲ, କଂଗ୍ରେସର ଜୋରଦାର ବିରୋଧ

add-all

ନୂଆଦିଲ୍ଲୀ: ଆଜି ପୁଣି ଇଡିରେ ହାଜର ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲରେ ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ତାଙ୍କୁ ପଚରାଉଚରା କରିବ। ଏଥିପାଇଁ ସେ ଦିଲ୍ଲୀ ସ୍ଥିତ ଇଡି ଅଫିସରେ ପହଞ୍ଚି ସାରିଛନ୍ତି।
ସେପଟେ କଂଗ୍ରେସ ତରଫରୁ ଅଗ୍ନିପଥ ଯୋଜନା ଓ ରାହୁଲଙ୍କୁ ଇଡି ଜେରା ଦେଇ ଜୋରଦାର ବିରୋଧ ଜାରି ରହିଛି। ମାଳ ମାଳ କଂଗ୍ରେସ ନେତା ଜନ୍ତରମନ୍ତରରେ ଡେରା ପକାଇ ସତ୍ୟାଗ୍ରହ କରୁଛନ୍ତି। କେନ୍ଦ୍ର ସରକାର ତଦନ୍ତ ସଂସ୍ଥାଗୁଡିକର ଦୂରୁପଯୋଗ କରୁଛି। କଂଗ୍ରେସ ନେତାଙ୍କ ଛବି ଖରାପ କରିବା କେନ୍ଦ୍ର ସରକାରର ଏକମାତ୍ର ଉଦ୍ଦେଶ୍ୟ ବୋଲି ଆଜି କଂଗ୍ରେସ ତରଫରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।
ଏହା ପୂର୍ବରୁ ଇଡି କଂଗ୍ରେସ ନେତାଙ୍କ ପ୍ରବଳ ବିରୋଧ ଭିତରେ ରାହୁଲଙ୍କୁ ଜୁନ ୧୩ରୁ ୧୫ ଯାଏଁ ଲଗାତାର ୩ ଦିନ ଧରି ପଚରାଉଚରା କରିଥିଲା। ଗତ ଶୁକ୍ରବାର ରାହୁଲଙ୍କୁ ଜେରା କରାଯିବାର ଥିଲା। କିନ୍ତୁ ରାହୁଲଙ୍କ ବ୍ୟକ୍ତିଗତ ସମସ୍ୟା ଥିବାରୁ ଏହା ହୋ ଇପାରିନଥିଲା। ସେ ଇଡିଙ୍କୁ ତିନି ସମୟ ମାଗିଥିଳେ। ପରେ ଇଡି ପକ୍ଷରୁ ତାଙ୍କୁ ନୂଆ ସମନ ଜାରି କରାଯାଇ ସୋମବାର ପଚରାଉଚୁରା ପାଇଁ ଡକାଯାଇଥିଲା।
ରାହୁଲ ଗାନ୍ଧିଙ୍କୁ ଇଡିର ଅଧିକାରୀମାନେ ଏପର୍ଯ୍ୟନ୍ତ ପାଖାପାଖି ୩୦ ଘଣ୍ଟା ଧରି ଜେରା କରିଥିବାବେଳେ ସନ୍ତୋଷଜନକ ଉତ୍ତର ପାଇନଥିବାରୁ ପୁଣିଥରେ ଡକାଇଛନ୍ତି। ଇିଡି ଅଧିକାରୀମାନେ ରାହୁଲ ଗାନ୍ଧିଙ୍କୁ ଗତ ସୋମବାର ୮ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ।

ad-week
Leave A Reply

Your email address will not be published.