୧୬ ବର୍ଷରେ ମୁସ୍‌ଲିମ୍ ଯୁବତୀଙ୍କୁ ବିବାହ ଅନୁମତି

add-all

ନୂଆଦିଲ୍ଲୀ: ୧୬ ବର୍ଷରେ ବିବାହ କରି ପାରିବେ ମୁସଲିମ୍ ଯୁବତୀ । ଭାରତୀୟ ସମ୍ବିଧାନ ଅନୁଯାୟୀ ମୁସଲିମ୍ ଯୁବତୀ ୧୮ବର୍ଷ ପରିବର୍ତ୍ତେ ୧୬ ବର୍ଷରେ ମଧ୍ୟ ବିବାହ ବୟସ ଉପଯୋଗୀ ହୋଇ ପାରିବେ । ଏକ ମୁସଲିମ୍ ଦମ୍ପତିଙ୍କୁ ସୁରକ୍ଷା ଦେଇ ସୋମବାର ଏମିତି ଏକ ରାୟ ଶୁଣାଇଛନ୍ତି ପଂଜାବ ଓ ହରିୟାଣା ହାଇକୋର୍ଟ । କୋର୍ଟଙ୍କ ରାୟ ଅନୁଯାୟୀ ଜଣେ ୧୬ ବର୍ଷର ମୁସଲିମ୍ ଯୁବତୀ ନିଜ ଇଛାରେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଉପଯୁକ୍ତ । ଜଷ୍ଟିସ ଜସଜିତ୍ ସିଂହ ବେଦିଙ୍କ ଏକ ଜଣିଆ ଖଣ୍ଡପୀଠ ପଠାନ୍‌କୋଟର ଏକ ମୁସଲିମ୍ ଦମ୍ପତିଙ୍କ ସୁରକ୍ଷା ଆବେଦନର ଶୁଣାଣି କରି ଏମିତି ଏକ ଯୁଗାନ୍ତକାରୀ ରାୟ ଶୁଣାଇଛନ୍ତି । ଯୁବତୀ ଜଣଙ୍କ ତାଙ୍କ ପରିବାର ଇଛା ବିରୋଧରେ ବିବାହ କରିଥିଲେ ବି ତାଙ୍କୁ ତାଙ୍କ ମୌଳିକ ଅଧିକାରରୁ କେହି ବଂଚିତ କରି ପାରିବେ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି ।
ଜଷ୍ଟିସ ବେଦି ନିଜ ରାୟରେ ଶୁଣାଇଛନ୍ତି ‘ଇସଲାମିକ୍ ଶରିଆ ରୁଲ’ ଅନୁଯାୟୀ, ମୁସଲିମ୍ ଯୁବତୀଙ୍କ ବିବାହ ‘ମୁଲସିମ୍ ପର୍ସୋନାଲ ଲ’ ଦ୍ବାରା ହିଁ ହୋଇଥାଏ। “ଦିନଶାହ ଫର୍ଦୁନଜି ମୁଲ୍ଲାଙ୍କ‘ପ୍ରିନ୍ସିପୁଲ ଅଫ୍ ମହମ୍ମଦାନ୍ ଲ’ ପୁସ୍ତକର ଧାରା ୧୯୫ ଅନୁଯାୟୀ ୨ ନମ୍ବର ଆବେଦନକାରୀ ଯୁବତୀ ୧୬ ବର୍ଷରୁ ଅଧିକ ବୟସ୍କ। ତେଣୁ ସେ ନିଜ ଇଛାରେ ବିବାହ ବନ୍ଧନରେ ବାନ୍ଧି ହୋଇ ପାରିବେ । ସେହିପରି ୧ ନମ୍ବର ଆବେଦନକାରୀ ଯୁବକ ୨୧ ବର୍ଷର । ତେଣୁ ଉଭୟ ଆବେଦନକାରୀ ‘ମୁଲସିମ୍ ପର୍ସୋନାଲ ଲ’ ଅନୁଯାୟୀ ବିବାହ କରିପାରିବେ।“ ଦମ୍ପତିଙ୍କ ଜୀବନ ପ୍ରତି ବିପଦ ଥିବା ଉଭୟ କୋର୍ଟରେ ଆବେଦନ କରିଥିବାରୁ ତାଙ୍କୁ ସୁରକ୍ଷା ଯୋଗାଇ ଦେବା ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ପଠାନକୋଟ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଂଜାବ ଓ ହରିୟାଣା ହାଇକୋର୍ଟ। ଉଭୟ ପରିବାରଙ୍କ ଇଛା ବିରୋଧରେ ଜୁନ୍ ୮ ତାରିଖରେ ବିବାହ କରିଥିଲେ।

ad-week
Leave A Reply

Your email address will not be published.