ବିଦ୍ରୋହ ପରେ ମୁହଁ ଖୋଲିଲେ ଏକନାଥ ସିନ୍ଧେ, ପଦରୁ ବିଦା କଲା ଶିବସେନା

add-all

ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଭିତରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକ ତଥା ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିବସେନା। ଆଜି ଦଳ ପକ୍ଷରୁ ତାଙ୍କୁ ମୁଖ୍ୟ ସଚେତକ ପଦରୁ ବିଦା କରାଯାଇଛି। ସେ ରାଜ୍ୟର ପ୍ରାୟ ୨୧ ଜଣ ବିଧାୟଙ୍କୁ ସରକାରଙ୍କ ବିରୋଧରେ ଉସକାଇ ବିଜେପି ଶାସିତ ଗୁଜରାଟର ଗୋଟିଏ ହୋଟେଲରେ ରହିଛନ୍ତି। ଏଥିପାଇଁ ତାଙ୍କୁ ଶିବସେନା ଦଳର ମୁଖ୍ୟ ସଚେତକ ପଦରୁ ବିଦା କରିଛି। ସେହିପରି ସେୱିରର ବିଧାୟକ ଅଜୟ ଚୌଧୁରୀଙ୍କୁ ଶିବସେନା ଦଳର ମୁଖ୍ୟ ସଚେତକ ପଦରେ ନିଯୁକ୍ତି ଦେଇଛି।
ଏସବୁ ଭିତରେ ମୁହଁ ଖୋଲିଛନ୍ତି ଏକନାଥ ସିନ୍ଧେ। ସେ କ୍ଷମତା ପାଇଁ କେବେ ହେଲେ କାହାକୁ ଠକି ନାହାନ୍ତି ବୋଲି କହିଛନ୍ତି। ଏଥିସହ ସେ ନିଜ ଟ୍ୱିଟର ଆକାଉଣ୍ଟର ବାଓରୁ ଶିବସେନା ଶବ୍ଦ ହଟାଇ ଦେଇଛନ୍ତି।
ଏହାପରେ ସେ ଟ୍ୱିଟ କରି କହିଛନ୍ତି, “ଆମେ ବାଲାସାହେବ ଠାକରେଙ୍କ କଟର ଶିବ ସୈନିକ। ବାଲାସାହେବ ଆମକୁ ହିନ୍ଦୁତ୍ୱ ଶିକ୍ଷା ଦେଇଛନ୍ତି। ଆମେ କେବେ ହେଲେ ବାଲାସାହେବକଙ୍କ ଆଦର୍ଶକୁ ବୁଲିବୁ ନାହିଁ। ସେହିପରି ଧର୍ମବୀର ଅନୀଲ ଦିଘେଙ୍କ ଶିକ୍ଷା ଆମର ମନେ ଅଛି। ଆମେ କେବେ ହେଲେ ଓ ଆଗକୁ କେବେ ବି କ୍ଷମତା ପାଇଁ କାହାକୁ ଠିକବୁ ନାହିଁ।”
ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ କ୍ରସ ଭୋଟିଂ ଯୋଗୁ ଶିବସେନା, କଂଗ୍ରେସ ଓ ଏନସିପିକୁ ନେଇ ଗଠିତ ମହା ବିକାଶ ଅଘାଡି(ଏମଭିଏ) ସରକାର ଜବରଦସ୍ତ ଝଟକା ପାଇଥିଲା। ଗତକାଲି ଫଳାଫଳ ପ୍ରକାଶ ପାଇବା ପରଠାରୁ ବିବାଦ ଲାଗି ରହିଥିଲା। ବିବାଦ ମଧ୍ୟରେ ଶିବସେନାର ବିଧାୟକ ଏକନାଥ ସିନ୍ଧେ ଖୋଲାଖୋଲି ବିଦ୍ରୋହ ଘୋଷଣା କରିଛନ୍ତି।

ad-week
Leave A Reply

Your email address will not be published.