ଦୁଷ୍କର୍ମ ମାମଲା ବୃଦ୍ଧି ପାଉଥିବାରୁ ଜରୁରୀ ପରିସ୍ଥିତି ଘୋଷଣା କରିବ ପାକିସ୍ତାନର ପଞ୍ଜାବ ପ୍ରଦେଶ

add-all

ଇସ୍‌ଲାମାବାଦ୍‌: ମହିଳା ଏବଂ ପିଲାମାନଙ୍କ ‌କ୍ଷେତ୍ରରେ ଯୌନ ନିର୍ଯାତନା ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ଜରୁରୀ ପରିସ୍ଥିତି ଘୋଷଣା କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛି। ସୋମବାର ଦିନ ସାମ୍ବାଦିକ ସମ୍ମିଳନୀର ପଞ୍ଜାବ ପ୍ରଦେଶର ଗୃହମନ୍ତ୍ରୀ ଆଟ୍ଟା ତରାର୍‌ କହିଛନ୍ତି ଯେ, ଏଭଳି ଘଟଣା ବୃଦ୍ଧି ସମାଜ ଓ ସରକାରୀ ଅଧିକାରୀମାନଙ୍କ ପ୍ରତି ସାଙ୍ଘାତିକ ସମସ୍ୟା।
ତାଙ୍କ ବକ୍ତବ୍ୟରୁ ଉଦ୍ଧାର କରି ‘ଜିଓ ନିଉଜ୍’ ରିପୋର୍ଟ କରିଛି, ପଞ୍ଜାବ ପ୍ରଦେଶରେ ଦୈନିକ ୪/୫ଟି ଦୁଷ୍କର୍ମ ମାମଲା ରିପୋର୍ଟ ହେଉଥିବାରୁ ଯୌନ ଉତ୍ପୀଡ଼ନ, ନିର୍ଯାତନା ଏବଂ ଚାପ ପ୍ରୟୋଗ ଭଳି ମାମଲାର ମୁକାବିଲା କରିବା ଲାଗି ସରକାର ସ୍ବତନ୍ତ୍ର ପଦକ୍ଷେପ ବିଷୟରେ ବିଚାରବିମର୍ଶ କରୁଛନ୍ତି।
ଦୁଷ୍କର୍ମ ମାମଲାର ମୁକାବିଲା ପାଇଁ ପ୍ରଶାସନ ଜରୁରୀ ପରସ୍ଥିତି ଘୋଷଣା କରିଛି ବୋଲି ସେ କହିଛନ୍ତି।
ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏ ସଂକ୍ରାନ୍ତରେ ନାଗରିକ ସମାଜ, ମହିଳା ଅଧିକାର ସଙ୍ଗଠନ, ଶିକ୍ଷକ ଏବଂ ଆଟର୍ଣ୍ଣିମାନଙ୍କ ସହିତ ପରାମର୍ଶ କରାଯିବ। ସୁରକ୍ଷାର ଗୁରୁତ୍ବ ସଂକ୍ରାନ୍ତରେ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ମଧ୍ୟ ସେ ପିତାମାତାମାନଙ୍କୁ ଅନୁରୋଧ କରିଛନ୍ତି। ତରାର୍‌ ଆହୁରି ମଧ୍ୟ କହିଛନ୍ତି ଯେ, କେତେକ ମାମଲାରେ ଅଭିଯୁକ୍ତମାନଙ୍କୁ ଅଟକ ରଖାଯାଇଛି। ସରକାର ଦୁଷ୍କର୍ମ ନିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ସ୍କୁଲ୍‌ରେ ହେଉଥିବା ନିର୍ଯାତନା ସଂକ୍ରାନ୍ତରେ ଛାତ୍ରଛାତ୍ରୀମାନଙ୍କୁ ସତର୍କ କରାଇଦିଆଯିବ।
ପିଲାମାନଙ୍କୁ କିଭଳି ସୁରକ୍ଷା ଦେବାକୁ ପଡ଼ିବ ସେ ବିଷୟରେ ଶିଖିବା ପାଇଁ ଏବେ ପିତାମାତାମାନଙ୍କ ଲାଗି ସମୟ ଆସିଯାଇଛି। ‘ଫାଷ୍ଟ୍‌-ଟ୍ରାକ୍‌’ ଆଧାରରେ ସରକାର ‘ଡିଏନ୍‌ଏ’ ନମୁନା ସଂଖ୍ୟା ବୃଦ୍ଧି କରିବେ ବୋଲି ସେ କହିଛନ୍ତି।
ଦୁଷ୍କର୍ମ ଘଟଣା ହ୍ରାସ କରିବା ଲାଗି ଦୁଇ ସପ୍ତାହ ମଧ୍ୟରେ ଉତ୍‌ପୀଡ଼ନ ସଂକ୍ରାନ୍ତ ସମୁଚ୍ଚିତ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.