ନିଜ ବଜେଟ ସ୍ଥିର କରିବା ସ୍ଥିତିରେ ନାହିଁ ପାକିସ୍ତାନ, ଆଇଏମଏଫ ନେଇଛି ଦାୟିତ୍ବ: ଶାହବାଜ ସରିଫଙ୍କ ମନ୍ତ୍ରୀ

add-all

ଇସଲାମାବାଦ: ପଡୋଶୀ ଦେଶ ପାକିସ୍ତାନର ଆର୍ଥିକ ଅବସ୍ଥା ଏବେ ଅତ୍ୟନ୍ତ ଖରାପ ହେବାରେ ଲାଗିିଛି। ଏହା ଦେଶର ସାର୍ବଭୌମତ୍ୱ ଉପରେ ମଧ୍ୟ ପ୍ରଭାବ ପକାଇବା ଆରମ୍ଭ କରିଛି। ବର୍ତ୍ତମାନ ଏଭଳି ପରିସ୍ଥିତି ଉପୁଜିଛି ଯେ ପାକିସ୍ତାନ ନିଜେ ନିଜ ବଜେଟ୍ ପ୍ରସ୍ତୁତ କରିବାକୁ ଅସମର୍ଥ ହୋଇଛି। ଶାହବାଜ ସରିଫଙ୍କ ମନ୍ତ୍ରୀ ଶେରି ରେହମାନ ଏହି ଖୁଲାସା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଇମ୍ରାନ ଖାନଙ୍କ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ଯେ ପାକିସ୍ତାନ ଦେବାଳିଆ ସ୍ତରରେ ପହଞ୍ଚିଛି। ବର୍ତ୍ତମାନ ବଜେଟ୍ ପ୍ରସ୍ତୁତ କରିବାରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ସର୍ତ୍ତ ଗ୍ରହଣ କରିବା ଛଡା ଶାହବାଜ ସରକାରଙ୍କ ପାଖରେ କୌଣସି ବିକଳ୍ପ ନାହିଁ। ପାକିସ୍ତାନ ସଂସଦରେ ବଜେଟ୍ ଉପରେ ଆଲୋଚନା ବେଳେ ସେ ଏହା କହିଛନ୍ତି।
ପାକିସ୍ତାନୀ ଖବରକାଗଜ ଡନ୍‌ର ରିପୋର୍ଟ ଅନୁଯାୟୀ, ଆଲୋଚନା ସମୟରେ ରେହମାନ କହିଛନ୍ତି, ‘ଏହା ସମ୍ପୂର୍ଣ୍ଣ ଭାବେ ଆଇଏମଏଫର ବଜେଟ୍। ଏନେଇ କୌଣସି ସନ୍ଦେହ ନାହିଁ।
ତାଙ୍କ ବ୍ୟତୀତ ଅନ୍ୟ ସାଂସଦମାନେ ଇମ୍ରାନ ଖାନଙ୍କ ସରକାର ଉପରେ ଆକ୍ରମଣ କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କର ଅର୍ଥନୈୖତିକ ନିଷ୍ପତ୍ତି ଦେଶକୁ ଏହି ଅବସ୍ଥାକୁ ଆଣିଛି। ଇମ୍ରାନ ଖାନଙ୍କ ସରକାର ଦେଶର ଅର୍ଥନୀତିକୁ ଏକ ପିଲା ଖେଳରେ ପରିଣତ କରିଦେଇଥିଲେ। ଇମ୍ରାନ ସରକାର ଆଇଏମଏଫକୁ ଦେଇଥିବା ପ୍ରତିଶ୍ରୁତି ଅନନୁସାରେ ନିଷ୍ପତ୍ତି ନେଇନଥିବାରୁ ଏବେ ଆଇଏମ୍ଏଫ୍ କ୍ରୋଧିତ ହୋଇଛି। ଆଜି ଆମେ ଇମ୍ରାନ ସରକାର କରିଥିବା ଭୁଲର ଭାର ମୁଣ୍ଡାଇବାକୁ ବ‌ାଧ୍ୟ ହେଉଛୁ।

ad-week
Leave A Reply

Your email address will not be published.