ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନିରଂଜନ ବିଶି

add-all

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ନିରଞ୍ଜନ ବିଶି। ଆଜି ରାଜ୍ୟସଭାରେ ତାଙ୍କୁ ସଭାପତି ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଶପଥ କରାଇଥିଲେ। ଆଜି ଦେଶର ବିଭିନ୍ନ ରାଜ୍ୟରୁ ରାଜ୍ୟସଭା ଉପନିର୍ବାଚନରେ ଜିତି ଥିବା ସାଂସଦଙ୍କୁ ଶପଥ ପାଠ କରାଯାଇଥିଲା।

ଓଡିଶାରେ ରାଜ୍ୟସଭାର ଗୋଟିଏ ଆସନ ପାଇଁ ଉପନିର୍ବାଚନରେ ହୋଇଥିଲେ। ଏଥିରେ ବିଜେଡିର ନିରଞ୍ଜନ ବିଶି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଫଳରେ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ। ସେହିପରି ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ସସ୍ମିତ ପାତ୍ର ରାଜ୍ୟସଭା ନିର୍ବାଚନରେ ବିଜୟ ହୋଇଛନ୍ତି। ସେମାନଙ୍କ ଶପଥପାଠ ଆସନ୍ତା ମାସ 5 ତାରିଖରେ ହେବାର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.