ବିଜେପି ସହ ବୁଝାମଣା କରିବା ପ୍ରଶ୍ନ ଉଠୁନି – ଉଦ୍ଧବ ଠାକରେ

add-all

ମୁମ୍ବାଇ: ବିଜେପି ଆମ ପଛପଟୁ ଛୁରି ମାରିଛି। ଆମେ ବିଜେପି ସହ ବୁଝାମଣା କରିବା ପ୍ରଶ୍ନ ଉଠୁନି। ରାଜନୈତିକ ଚକ୍ରାନ୍ତରେ ଶିକାର ହୋଇ କ୍ଷମତାଚ୍ୟୁତ ହେବାକୁ ବସିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହା କହିଛନ୍ତି । ଆଜି ଭିଡିଓ କନଫରେନ୍ସିଂରେ ଜରିଆରେ ଶିବସେନାର କିଛି ନେତାଙ୍କୁ ସମ୍ବୋଧନ କରି ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି ଉଦ୍ଧବ ଠାକରେ। ବିଦ୍ରୋହୀମାନେ ଦଳକୁ ଭାଙ୍ଗିବାକୁ ଚାହୁଁଛନ୍ତି। ଯେଉଁମାନେ ଦଳ ଛାଡ଼ି ଚାଲିଯାଇଛନ୍ତି ସେମାନଙ୍କ ପାଇଁ ମନ ଖରାପ କରିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଯେଉଁମାନେ ଶିବସେନା ପାଇଁ ଜୀବନ ଦେଇଦେବେ ବୋଲି କହୁଥିଲେ ଆଜି ସେମାନେ ଛାଡ଼ି ପଳାଇଛନ୍ତି। ତେବେ ଶିବସେନା ଓ ଠାକ୍‌ରେ ନାଁ ବିନା ତୁମେ କେତେଦୂର ଯାଇପାରିବ ବୋଲି ଉଦ୍ଧବ ବିଦ୍ରୋହୀ ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଆପଣମାନେ ଗଛର ଫୁଲ, ଫଳ ଏବଂ ଗଣ୍ଡି ନେଇଯାଇପାରନ୍ତି।
କିନ୍ତୁ ଗଛର ମୂଳକୁ ନଷ୍ଟ କରିପାରିବ ନାହିଁ। ଯଦିଓ ମୁଁ ମୁଖ୍ୟମନ୍ତ୍ରୀ ବାସଭବନ ଛାଡିଛି, ତଥାପି ମୁଁ ଯୁଦ୍ଧ ଛାଡି ନାହିଁ। ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି କୋଭିଡ୍ ଚାଲିଥିଲା। ଯେତେବେଳେ କୋଭିଡ୍ ସମାପ୍ତ ହେଲା, ମୋର ବେକ ଯନ୍ତ୍ରଣା ଆରମ୍ଭ ହେଲା ଏବଂ ବର୍ତ୍ତମାନ ହେଉଛି ମଧ୍ୟ । କିଏ କେଉଁ ସମୟରେ କିଭଳି ଆଚରଣ କରିବ ତାହା ମନେ ରଖିବା ଜରୁରୀ |
ଏକନାଥ ସିନ୍ଦେଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ମୁଁ ଅସୁସ୍ଥ ଥିଲି ଏବଂ କିଛି ଲୋକ ପ୍ରାର୍ଥନା କରୁଥିଲେ ଯେ ମୁଁ ଯେମିତି ଭଲ ନ ହୁଏ। ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ନେଇଥିବା ଏକନାଥ ସିନ୍ଦେଙ୍କୁ ଟାର୍ଗେଟ୍ କରି ଉଦ୍ଧବ କହିଛନ୍ତି “ ମୁଁ ଏକନାଥଙ୍କ ପାଇଁ ସବୁକିଛି କରିଛି। ମୋ ପାଖରେ ବି ଯେଉଁ ବିଭାଗ ଥିଲା ମୁଁ ଏକନାଥଙ୍କୁ ଦେଇଛି। ତାଙ୍କର ନିଜ ପୁଅ ଜଣେ ସାଂସଦ। ହେଲେ ମୋ ପୁଅକୁ ନେଇ ଟିପ୍ପଣୀ କରାଯାଉଛି। ମୋ ବିରୋଧରେ ଅନେକ ଅଭିଯୋଗ ଲଗାଯାଇଛି ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.