ୱାୟନାଡ଼ରେ ରାହୁଲଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ, ଭଙ୍ଗାରୁଜା

add-all

ନୂଆଦିଲ୍ଲୀ: କେରଳର ୱାୟନାଡରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ଉପରେ ଶୁକ୍ରବାର ଦିନ ଆକ୍ରମଣ ହେବା ସହ ବ୍ୟାପକ ଭଙ୍ଗାରୁଜା ହୋଇଛି। ଶାସକ ସିପିଆଇ(ଏମ)ର ଛାତ୍ର ଶାଖା ଏସଏଫଆଇର ଏକ ପ୍ରତିବାଦ ଶୋଭାଯାତ୍ରା ହିଂସାତ୍ମକ ରୂପ ନେବାପରେ ବିକ୍ଷୋଭକାରୀଙ୍କ ଏକ ଗୋଷ୍ଠୀ ଲୋକସଭା ସଦସ୍ୟଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ଏହାକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।
ପୁଲିସ କହିଛି ଯେ ଏହି ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବା ଏସଏଫଆଇର ପ୍ରାୟ ଶହେ ଛାତ୍ର ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରେ ପଶିବା ସହ ଭଙ୍ଗାରୁଜା କରିଥିଲେ। ଏମାନଙ୍କ ମଧ୍ୟରେ ଏସଏଫଆଇର କିଛି କାର୍ଯ୍ୟକର୍ତ୍ତା ମଧ୍ୟ ଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ, ସେମାନଙ୍କ ମଧ୍ୟରୁ ଆଠଜଣଙ୍କୁ ପୁଲିସ ଅଟକ ରଖିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ଅଧିକ ପୁଲିସଙ୍କୁ ନିୟୋଜିତ କରାଯାଇଛି ବୋଲି ପୁଲିସ ଗଣମାଧ୍ୟମକୁ କହିଛି।
କେରଳର ପାହାଡିଆ ଅଞ୍ଚଳରେ ଜଙ୍ଗଲ ଚାରିପାଖରେ ବଫର ଜୋନ୍‌ ସୃଷ୍ଟି କରିବା ପ୍ରସଙ୍ଗରେ ସାଂସଦ ଗାନ୍ଧୀ ହସ୍ତକ୍ଷେପ କରିବାରେ ବିଫଳ ହୋଇଥିବା ଅଭିଯୋଗ କରି ଛାତ୍ର ସଂଗଠନ ତାଙ୍କର ବିରୋଧ କରିଛି। ଟେଲିଭିଜନ ଚ୍ୟାନେଲଗୁଡିକ ସାଂସଦଙ୍କ କାର୍ଯ୍ୟାଳୟ ଭିତରେ ହଙ୍ଗାମା ସୃଷ୍ଟି କରୁଥିବା ବିକ୍ଷୋଭକାରୀଙ୍କ ଏକ ଗୋଷ୍ଠୀର ଦୃଶ୍ୟ ପ୍ରସାରଣ କରିଥିଲେ। ବିରୋଧୀ ଦଳ ନେତା ଭି ଡି ସାଥେସାନ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଏହି ଆକ୍ରମଣ ରାଜ୍ୟରେ ଚାଲିଥିବା ଗୁଣ୍ଡାବାଦକୁ ଦର୍ଶାଉଛି।
ୱାୟନାଡରେ ରାହୁଲ ଗାନ୍ଧୀଙ୍କ ସାଂସଦ କାର୍ଯ୍ୟାଳୟରେ ଏସଏଫଆଇ ଗୁଣ୍ଡାମାନଙ୍କ ଦ୍ୱାରା ଭୟଙ୍କର ଆକ୍ରମଣଯ ଏହା ଅଧର୍ମ ଏବଂ ଗୁଣ୍ଡାବାଦ ସିପିଏମ୍‌ ଏକ ସଂଗଠିତ ମାଫିଆରେ ପରିଣତ ହୋଇଛି ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରୁଛି ବୋଲି କଂଗ୍ରେସ ନେତା ଟ୍‌ୱିଟ୍‌ କରିଛନ୍ତି।

ad-week
Leave A Reply

Your email address will not be published.