ଜାପାନରେ ବିଦ୍ୟୁତ ସଙ୍କଟ ଗୁରୁତର

add-all

ଟୋକିଓ: ଜାପାନର ଟୋକିଓ ସହରରେ ଏବେ ଅହସ୍ୟ ଗରମ ସହ ବିଜୁଳି ସଂକଟ ଦେଖାଦେଇଛି। ଏଭଳି ସ୍ଥିତିରେ ଲୋକଙ୍କୁ ଶକ୍ତି ସଞ୍ଚୟ ବା ବିଜୁଳି ବଞ୍ଚାଇବା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି। ଜାପାନ ସରକାର ବିଜୁଳି ଯୋଗାଣକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରଶାସନ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ରିୱାର୍ଡ ବା ପୁରସ୍କାର ଦେବା ପାଇଁ ଘୋଷଣା କରିଛି। ଯେଉଁମାନେ ବିଜୁଳି ସଂଚୟ କରିବେ ସେହି ଗ୍ରାହକଙ୍କୁ ଏହି ସୁବିଧା ମିଳିପାରିବ। ଏମିତି କି ମନ୍ତ୍ରାଳୟ ପକ୍ଷରୁ ସନ୍ଧ୍ୟା ୩ରୁ ୬ଟା ଯାଏଁ ଦେଖି ଚାହିଁ ବିଜୁଳି ବ୍ୟବହାର କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛି। କାରଣ, ସୋଲାର ପାୱାର ବା ସୌର ଶକ୍ତିରୁ ଉତ୍ପନ ହେଉଥିବା ବିଜୁଳି, ଏହି ସମୟରେ କମିଯାଇଥାଏ। ତେଣୁ ସନ୍ଧ୍ୟାରେ ଟୋକିଓରେ ବେଶୀ ସମସ୍ୟା ହେଉଛି। ଟୋକିଓର ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ଶନିବାର ଦିନ, ଜାପାନର ଏହି ରାଜଧାନୀ ସହରରେ ତାପମାତ୍ରା ୪୦ ଡିଗ୍ରୀ ଥିଲା। ଏମିତି କି କିଛି ଦିନ ୩୫ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି । ଏଭଳି ସ୍ଥିତିରେ ସ୍ଥାନୀୟ ପ୍ରଶାସନ, ବିଜୁଳି ବା ଶକ୍ତି ସଂଚୟ କରିବା ପାଇଁ ବିଭିନ୍ନ ବାଟ ଆପଣାଇଛି।
ତେବେ ସ୍ଥାନୀୟ ସମୟ ଅନୁସାରେ ଆଜି ଅପରାହ୍ନରେ ବିଦ୍ୟୁତ୍ ସଙ୍କଟ ଅଧିକ ଗୁରୁତର ହେବା ନେଇ ଜାପାନର ଅର୍ଥନୀତି, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଆକଳନ କରିଛି। ସମସ୍ୟାକୁ ଦେଖି ସତର୍କ ଓ ସାବଧାନ କରାଇଛି ମନ୍ତ୍ରଣାଳୟ।
ଏଥିରେ କୁହାଯାଇଛି ଯେ, ଲୋକମାନେ ଅନାବଶ୍ୟକ ଲାଇଟ୍ ବନ୍ଦ କରିବା ଉଚିତ୍ । କିନ୍ତୁ ଅତ୍ୟଧିକ ଗରମକୁ ଏଡାଇବା ପାଇଁ ଏସି ବ୍ୟବାହାର କରିପାରିବେ। ସପ୍ତାହେ ଧରି ତାପମାତ୍ରା ବଢ଼ୁଥିବାରୁ ଅଧିକାରୀମାନେ ବିଦ୍ୟୁତ ସଙ୍କଟ ସମ୍ପର୍କରେ ଚେତାବନୀ ଦେଇଛନ୍ତି। ସପ୍ତାହ ଶେଷରେ, କେନ୍ଦ୍ରୀୟ ଟୋକିଓର ତାପମାତ୍ରା ୩୫ଡିଗ୍ରୀ ସେଲସିୟସରୁ ଊର୍ଦ୍ଧ୍ୱ ରୁହଥିବା ବେଳେ ରାଜଧାନୀର ଉତ୍ତର-ପଶ୍ଚିମ ଇସାସାକି ସହରରେ ୪୦.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଜୁନ୍ ମାସରେ ଜାପାନ ପାଇଁ ଏହା ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଜୁନ୍ ମାସରେ ଜାପାନରେ ଅଧିକ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ଏହି ସମୟରେ ତାପମାତ୍ରା ସାଧାରଣତଃ ୩୦ ଡିଗ୍ରୀ ସେଲସିୟସରୁ କମ୍ ରହିଥାଏ। କିନ୍ତୁ ଚଳିତ ବର୍ଷ ସ୍ଥିତି ଜଟିଳ ରହିଛି।

ad-week
Leave A Reply

Your email address will not be published.