ରିଲାଏନ୍ସ ଜିଓର ନିର୍ଦ୍ଦେଶକ ପଦରୁ ମୁକେଶ ଅମ୍ବାନୀଙ୍କ ଇସ୍ତଫା

add-all

ମୁମ୍ବାଇ: ରିଲାଏନ୍ସ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ବିଶ୍ୱ ତଥା ଦେଶର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ। ସେ ନିର୍ଦ୍ଦେଶ ପଦ ଛାଡ଼ିବା ପରେ ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହାର ଅର୍ଥ ଏଣିକି ଆକାଶ ଅମ୍ବାନୀଙ୍କ ନିର୍ଦ୍ଦେଶରେ ଜିଓ ପରିଚାଳିତ ହେବ।
ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଡିଜିଟାଲ ସଂସ୍ଥା ରିଲାଏନ୍ସ ଜିଓ ଇନଫୋକମ ଲିଃ କହିଛି ଯେ ମୁକେଶ ଅମ୍ବାନୀ କମ୍ପାନୀର ନିର୍ଦ୍ଦେଶକ ପଦରୁ ଜୁନ୍‌ ୨୭ରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ଦେଇଥିବାରୁ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶଙ୍କୁ ବୋର୍ଡର ଅଧ୍ୟକ୍ଷ ଭାବେ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ରିଲାଏନ୍ସ ଜିଓର ନନ ଏକ୍ସ୍ୟୁକେଟିଭ ନିର୍ଦ୍ଦେଶକ ପଦ ବି ମିଳିଛି।
କମ୍ପାନୀ ପକ୍ଷରୁ ରମିନ୍ଦର ସିଂହ ଗୁଜରାଲ ଓ କେଭି ଚୌଧୁରୀଙ୍କୁ ଜୁନ ୨୭ରୁ ଆସନ୍ତା ୫ ବର୍ଷ ପାଇଁ ଅତିରିକ୍ତ ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ଦିଆଯାଇଛି। ସେମାନଙ୍କୁ ସ୍ୱାଧୀନ ନିର୍ଦ୍ଦେଶକର ମାନ୍ୟତା ମିଳିଛି। ସେହିପରି ପଙ୍କଜ ମୋହନ ପନୱରଙ୍କୁ ୫ ବର୍ଷ ପାଇଁ କମ୍ପାନୀର ଏମଡି ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ କାର୍ଯ୍ୟକାଳ ଜୁନ ୨୭ରୁ ଆରମ୍ଭ ହୋଇଛି। ସୋମବାର ରିଲାଏନ୍ସ ଜିଓର ବୋର୍ଡ ଅଫ ଡିରେକ୍ଟର୍ସ ବୈଠକ ବସିଥିଲା। ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ପରେ ନୂଆ ନିଯୁକ୍ତି ଗୁଡ଼ିକ ଉପରେ ମୋହର ବାଜିଛି।
ସୂଚନାଯୋଗ୍ୟ, ଟ୍ରାଇର ତଥ୍ୟ ଅନୁସାରେ ଏପ୍ରିଲ ମାସରେ ରିଲାଏନ୍ସ ଜିଓ ସହ ଆଉ ୧୬.୮ ଲକ୍ଷ ମୋବାଇଲ ଗ୍ରାହକ ଯୋଡ଼ି ହୋଇଛନ୍ତି। ଏହି ସମୟରେ ଭାରତୀ ଏୟାରଟେଲ ସହ ମାତ୍ର ୮.୧ ଲକ୍ଷ ଲୋକ ଯୋଡ଼ି ହୋଇଥିଲେ। ଦିନକୁ ଦି ରିଲାଏନ୍ସ ଜିଓ ତୁଳନାରେ ଏୟାରଟେଲର ଲୋକପ୍ରିୟତା ମଧ୍ୟ ହ୍ରାସ ପାଉଥିବା ରିପୋର୍ଟ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.