ରାଷ୍ଟ୍ରପତି ବାଇଡେନଙ୍କ ପତ୍ନୀ ଓ ଝିଅଙ୍କ ଉପରେ ବ୍ୟାନ ଲଗାଇଲା ରୁଷ

add-all

ମସ୍କୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଓ ଝିଅଙ୍କ ସମେତ ୨୫ ଜଣ ଆମେରିକୀୟ ନାଗରିକଙ୍କ ଉପରେ ବ୍ୟାନ ଲଗାଇଛି ରୁଷ। ବ୍ୟାନ ଲାଗିବାର ଅର୍ଥ ଏମାନେ ରୁଷରେ ପ୍ରବେଶ କରିପାରିବେ ନାହିଁ। ପୂର୍ବରୁ ରୁଷ ରାଷ୍ଟ୍ରପତି ବାଇଡେନଙ୍କ ଉପରେ ମଧ୍ୟ ସମାନ କଟକଣା ଲଗାଇଥିଲା।
ରୁଷର ବୈଦେଶିକ ମନ୍ତ୍ରଣାଳୟ ବ୍ୟାନ ସମ୍ପର୍କରେ ଘୋଷଣା କରି କହିଛି ଯେ “ନିୟମିତ ଭାବେ ଆମେରିକା ପକ୍ଷରୁ ରୁଷର ଅନେକ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ବିରୋଧରେ କଟକଣା ଲାଗୁ କରାଯାଉଛି। ଏହାର ପ୍ରତିଫଳନ ସ୍ୱରୂପ ୨୫ ଜଣ ଆମେରିକା ନାଗରିକଙ୍କୁ ଷ୍ଟପ ଲିଷ୍ଟ ବା କଟକଣା ତାଲିକାରେ ସାମିଲ କରାଯାଇଛି। ତାଲିକାରେ ଥିବା ଲୋକମାନେ ରୁଷରେ ପ୍ରବେଶ କରିପାରିବେ ନାହିଁ।”
ବ୍ୟାନ ହୋଇଥିବା ତାଲିକାରେ ବାଇଡେନଙ୍କ ପତ୍ନୀ ଓ ଝିଅଙ୍କ ବ୍ୟତୀତ ଅନେକ ସିନେଟର ବା ସାଂସଦଙ୍କ ନାଁ ରହିଛି। ଆମେରିକା ବିଶ୍ୱବିଦ୍ୟାଳୟର ଏକାଧି ପ୍ରଫେସର, ଗବେଷକ ଓ ପୂର୍ବତନ ସରକାରୀ କର୍ମଚାରୀଙ୍କ ଉପରେ ମଧ୍ୟ କଟକଣା ଲାଗୁ କରିଛି ରୁଷ।
ଫେବୃଆରୀ ୨୪ ଠାରୁ ରୁଷ ସେନା ପଡ଼ୋଶୀ ୟୁକ୍ରେନ ଉପରେ ଘନଘନ ହମଲା କରି ଚାଲିଛି। ରୁଷର ଏପରି ଯୁଦ୍ଧଖୋର ଆଭିମୁଖ୍ୟ ଯୋଗୁ ଆମେରିକା ମସ୍କୋ ଉପରେ ଏକାଧିକ କଟକଣା ଲାଗିଛି। ସେହିପରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ଅନେକ ବ୍ୟବସାୟୀଙ୍କ ଉପରେ ଆମେରିକା ସରକାର ବ୍ୟାନ ଲଗାଇଛନ୍ତି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବାକ ଯୁଦ୍ଧ ଚାଲିଥିବା ବେଳେ ରୁଷ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।

ad-week
Leave A Reply

Your email address will not be published.