ସଞ୍ଜୟ ରାଉତଙ୍କ ବିବାଦୀୟ ବୟାନ; ବିଶ୍ବାସଘାତକମାନଙ୍କୁ ପୋଷାକ ଖୋଲି ମାଡ଼ ମାରିବା ଉଚିତ୍

add-all

ମୁମ୍ବାଇ : ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ଧୀରେ ଧୀରେ ସତ ହେବାରେ ଲାଗିଲାଣି। ବିଜେପି ଯେଉଁଭଳି ଭାବେ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ‌ଯୋଗାଉଛି, ସେଥିରୁ ତାହା ପ୍ରମାଣ ହୋଇଛି। ଗତକାଲି କେନ୍ଦ୍ର ସରକାର ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦେଇଥିବା ବେଳେ ଏବେ ସେମାନଙ୍କ ଭବ୍ୟ ସ୍ବାଗତ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଏନେଇ ବିଦ୍ରୋହୀଙ୍କୁ ପୁଣି ଥରେ ନିଜ ସହ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଉଦ୍ୟମ କରୁଥିବା ବେଳେ ଶିବସେନା ସାଂସଦ ସଞ୍ଜୟ ରାଉତ ବିବାଦୀୟ ବୟାନ ଦେବାରେ ଲାଗିଛନ୍ତି।
ପୁଣି ଥରେ ବିଦ୍ରୋହୀ ନେତାଙ୍କୁ ଟାର୍ଗେଟ କରି ବିବାଦୀୟ ହୋଇଛନ୍ତି ସଞ୍ଜୟ ରାଉତ। ସେ କହିଛନ୍ତି ଯେ ହୋଟେଲରୁ ବାହାରକୁ ଆସିବା ପାଇଁ ଏହି ବିଦ୍ରୋହୀମାନଙ୍କର ସାହସ ନାହିଁ। ସେମାନେ ରେଡିସନ୍ ବ୍ଲୁ ହୋଟେଲ ପରି ଏକ ଜେଲରେ ରହିଛନ୍ତି, ସେମାନଙ୍କର ବାହାରକୁ ଆସିବାର ସାହସ ନାହିଁ। ଯଦି ସେମାନଙ୍କ ପାଖରେ ସଂଖ୍ୟାଗରିଷ୍ଠତା ଅଛି ତେବେ କାହିଁକି ଲୁଚୁଛନ୍ତି? ଏହି ଲୋକମାନେ ନିଜ ପାଇଁ ନିଜର କବର ଖୋଳିଛନ୍ତି। ବାଲାସାହେବ ସବୁ ଉପରେ ରହି ଦେଖୁଛନ୍ତି। ଏଭଳି ବିଶ୍ବାସଘାତକମାନଙ୍କୁ ବିଚ୍ ରାସ୍ତାରେ ପୋଷାକ ଖୋଲି ମାଡ଼ ମାରିବା ଉଚିତ୍। ସରକାର ଗଠନ ପାଇଁ ଆମେ କଠିନ ପରିଶ୍ରମ କରିଛୁ। ଏହାକୁ କେହି ଭାଙ୍ଗିପାରିବେ ନାହିଁ।
ଅନ୍ୟପକ୍ଷରେ ଏନସିପି ନେତା ସୁପ୍ରିୟା ସୁଲେ କହିଛନ୍ତି, ଯେଉଁମାନେ ଆଜି ଏନସିପି ବିରୋଧରେ କହୁଛନ୍ତି ସେମାନେ ଦିନେ ଏନସିପିରେ ଥିଲେ। ମୁଁ ଦୁଃଖିତ ଯେ ଯେତେବେଳେ ସେ ଏନସିପି ଛାଡିଥିଲେ, ଆମେ ତାଙ୍କୁ ଦୁର୍ବ୍ୟବହାର କରିନଥିଲୁ, କିନ୍ତୁ ଆଜି ସେ ଆମକୁ ଟାର୍ଗେଟ କରୁଛନ୍ତି। ସୁପ୍ରିୟା ସୁଲେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ଗର୍ବିତ। ମୁଁ ଯାହା ଶୁଣିଛି ସିନ୍ଦେଙ୍କ ପାଖରେ କେବଳ ୫୦ଜଣ ବିଧାୟକ ଅଛନ୍ତି, ତେଣୁ ତାଙ୍କ ପାଖରେ ସଂଖ୍ୟାଗରିଷ୍ଠତା ଅଛି ବୋଲି କୁହାଯାଇପାରିବ ନାହିଁ।

ad-week
Leave A Reply

Your email address will not be published.