ଆସନ୍ତାକାଲି ଦୁବାଇରେ ଶିଳ୍ପପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ବର: ଆସନ୍ତାକାଲି ଦୁବାଇରେ ହେବ ବହୁ ପ୍ରତିକ୍ଷିତ ଇନଭେଷ୍ଟର ମିଟ୍। ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସହିତ ଆଲୋଚନା କରିବେ। ସେଥିପାଇଁ ଦୁବାଇରେ ଲାଗିଲାଣି ସ୍ବାଗତଂ ଗେଟ। ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ଗତକାଲିଠାରୁ ଦୁବାଇରେ ପହଞ୍ଚିସାରିଛନ୍ତି। ଏଥିସହିତ ଓଡିଶାରୁ ଯାଇଥିବା ଶିଳ୍ପ ସଚିବ ମଧ୍ୟ ଦୁବାଇରେ ଅଛନ୍ତି।

ଏହି ନିବେଶକ ସମ୍ମିଳନୀ ଓଡ଼ିଶା ସରକାର ଓ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ମିଳିତ ଭାବେ ଆୟୋଜିତ ହେବ। ଓଡିଶାରେ ଭରପୁର ଖଣିଜ ପଦାର୍ଥ ରହିଛି ଏହାର ସୁଯୋଗ ନେବା ଲାଗି ସେଠାରେ ନବୀନ ଶିଳ୍ପପତିଙ୍କୁ ଆହ୍ୱାନ ଦେଇଛନ୍ତି। ନିବେଶକ ସମ୍ମିଳନୀ ପରେ ଆସନ୍ତାକାଲି ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆଙ୍କୁ ନବୀନ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ସେ ୩୦ ତାରିଖ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ। ସେ ରାତି ୮ଟା ୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ରାତି ୯ ଟା ୩୦ମିନିଟରେ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଭୁବନେଶ୍ବରରେ ସେ ସାଢ଼େ ୧୧ଟାରେ ପହଂଚିବେ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।

ad-week
Leave A Reply

Your email address will not be published.