ଭୂସ୍ଖଳନରେ ୭ ଯବାନ ସହିଦ, ୨୫ ନିଖୋଜ

add-all

ଇମ୍ଫାଲ: ମଣିପୁରରେ ଲଗାତର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ବୁଧବାର ବିଳମ୍ବିତ ରାତିରେ ନୋନି ଜିଲ୍ଲାର ତୁପୁଲ ୟାର୍ଡ ରେଲୱେ ଷ୍ଟେସନ କ୍ୟାମ୍ପ ନିକଟରେ ମୁତୟନ ଥିବା ୧୦୭ ବାଟାଲିୟନ ନିକଟରେ ଭୂସ୍ଖଳନ ହୋଇଛି। ଏଥିରେ ୭ ଜଣ ଯବାନ ସହିଦ ହୋଇଛନ୍ତି। ୨୫ ଜଣ ଯବାନ ଏବେବି ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ବାଟାଲିୟନର ଯବାନମାନେ ମଣିପୁରର ନୋନି ଜିଲ୍ଲାର ଟୁପୁଲ ରେଳ ଷ୍ଟେସନରେ ଇମ୍ଫାଲ ଜିରିବାମର ନିର୍ମାଣାଧୀନ ରେଳ ଲାଇନର ସୁରକ୍ଷାରେ ମୁତୟନ ଥିଲେ।
ଭାରାତୀୟ ସେନା ଓ ଆସାମ ରାଇଫଲ୍ସ ଟିମ୍‌ ଦ୍ୱାରା ଜୋରସୋରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ଉପଲବ୍ଧ ଇଂଜିନିୟର ପ୍ଲାଣ୍ଟ ଉପକରଣକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଗୁରୁବାର ଭୋର ସାଢ଼େ ପାଞ୍ଚଟାରେ ଭୁସ୍ଖଳନ ଯୋଗୁ ଫସି ରହିଥିବା ୧୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଆହତଙ୍କୁ ଚିକିତ୍ସା ପାଇଁ ସେନା ମେଡିକାଲରେ ଭର୍ତ୍ତି କରାଯାଇଛି।
ସେପଟେ ଏହି ଭୂସ୍ଖଳନ ଯୋଗୁ ଇଜାଇ ନଦୀ ପ୍ରଭାବିତ ହୋଇଛି। ମଟି ଧସି ନଦୀରେ ମିଶିଛି। ଫଳରେ ନଦୀର ଜଳସ୍ତର ବଢ଼ି ବନ୍ୟା ଆସିବା ଆଶଙ୍କା ରହିଛି। ସେପଟେ ଭୂସ୍ଖଳନ ଓ ଖରାପ ପାଣିପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି। ତଥାପି ନିଖୋଜ ଯବାନଙ୍କ ଖୋଜା ଚାଲିଛି। ହେଲିକପ୍ଟରକୁ ଷ୍ଟାଣ୍ଡବାଏରେ ରଖାଯାଇଛି। ପାଗ ସଫା ହେବା ପରେ ଉକ୍ତ ହେଲିକପ୍ଟରକୁ ଏହି ଅପରେସନରେ ସାମିଲ କରାଯିବ। ଆମ୍ବୁଲାନ୍ସ ସମେତ ଡାକ୍ତରଙ୍କ ଏକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛି।

ad-week
Leave A Reply

Your email address will not be published.