ଆସନ୍ତା ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ବିଜେପିର ଯୁଗ ରହିବ: ଅମିତ ଶାହ

add-all

ହାଇଦ୍ରାବାଦ: ଆସନ୍ତା ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ବିଜେପିର ଯୁଗ ଜାରି ରହିବ। ଅର୍ଥାତ କେନ୍ଦ୍ରରେ ବିଜେପିର କ୍ଷମତା କାଏମ ରହିବ। ଦଳର ଭବିଷ୍ୟତ ନେଇ ଏମିତି କିଛି ଆକଳନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ୍। ଖାଲି ଆକଳନ କରିନାହାନ୍ତି ଭାରତ ବିଶ୍ୱଗୁରୁ ହେବ ବୋଲି ଶାହ କହିଛନ୍ତି। ହାଇଦ୍ରାବାଦରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଏହା କହିଛନ୍ତି ଶାହ। ଏହି ଅବସରରେ ଶାହ ଏକ ରାଜନୈତିକ ପ୍ରସ୍ତାବ ଦେଇଥିଲେ। ଯେଉଁଥିରେ ବଂଶବାଦ ରାଜନୀତି, ଜାତିବାଦ ରାଜନୀତି ଏବଂ ତୁଷ୍ଟୀକରଣ ରାଜୀନିତୀ ସବୁ ଏକ ବଡ଼ପାପ ବୋଲି ଶାହ କହିଛନ୍ତି। ଯେଉଁଥିପାଇଁ ଦେଶ ଦୀର୍ଘ ବର୍ଷ ଧରି ବିଭିନ୍ନ ସମସ୍ୟାରେ ଷଢ଼ି ଆସୁଥିଲା ।
ସେହିପରି ପଶ୍ଚିମବଙ୍ଗ ଓ ତେଲେଙ୍ଗାନାରେ ବିଜେପି ପାରିବାରିକ ଶାସନର ଅନ୍ତ ଘଟାଇବ ବୋଲି ଶାହ କହିଛନ୍ତି । କଂଗ୍ରେସ ପାରିବାରିକ ପାର୍ଟି ହୋଇଯାଇଥିବା କହିଛନ୍ତି ଅମିତ ଶାହ। କଂଗ୍ରେସ ପାର୍ଟି ଭିତରେ ଏବେ ଲୋକେ ଗଣତନ୍ତ୍ର ପାଇଁ ଲଢୁଥିବା ଓ ପରିବାରବାଦ ଯୋଗୁ କଂଗ୍ରେସ ଅନ୍ତରୀଣ ନିର୍ବାଚନ ମଧ୍ୟ ହୋଇ ପାରୁନଥିବାର କହିଛନ୍ତି। କାରଣ ନିର୍ବାଚନ ହେଲେ ପାର୍ଟିର ନିୟନ୍ତ୍ରଣ ହାତରୁ ଚାଲିଯାଇପାରେ ବୋଲି ଗାନ୍ଧି ପାରିବାର ଭାବୁଥିବା ଅମିତ ଶାହ କହିଛନ୍ତି। ବୈଠକରେ ଶାହ ଗୁଜରାଟ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଐତିହାସିକ କହିଛନ୍ତି।

ad-week
Leave A Reply

Your email address will not be published.