ନୂପୁରଙ୍କ ସମର୍ଥନରେ ପୋଷ୍ଟ କରି ଜୀବନ ଗଲା

add-all

ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀ ଔଷଧ ଦୋକାନୀଙ୍କ ହତ୍ୟାକାଣ୍ଡ ଘଟଣାର ୧୦ ଦିନ ପରେ ତାଙ୍କ ଭାଇ ମୁହଁ ଖୋଲିଛନ୍ତି। ମୃତ ଔଷଧ ଦୋକାନୀ ଉମେଶ କୋହ୍ଲେଙ୍କ ସାନ ଭାଇ ମହେଶ କୋହ୍ଲେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଘଟଣାର ଅନ୍ୟତମ ଗିରଫ ହତ୍ୟା ଅଭଯୁକ୍ତ ୟୁସୁଫ୍‌ ଖାନ୍‌ଙ୍କ ସହ ତାଙ୍କ ଭାଇଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। ଏମିତିକି କି ଗିରଫ ଅଭିଯୁକ୍ତ ୟୁସୁଫ ଖାନ୍‌ ଉମେଶ କୋହ୍ଲେଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ସେହିପରି ନୂପୁର ଶର୍ମାଙ୍କୁ ସମର୍ଥନ କରି ଯେଉଁ ହ୍ୱାଟସ୍‌ଅପ୍ ଗ୍ରୁପରେ ଉମେଶ କୋହ୍ଲେ ଏକ ପୋଷ୍ଟ ସେୟାର କରିଥିଲେ ସେହି ଗ୍ରୁପରେ ଅଭିଯୁକ୍ତ ୟୁସୁଫ୍ ମଧ୍ୟ ସଦସ୍ୟ ଅଛନ୍ତି। ଏହି ହ୍ୱାଟ୍‌ସ୍‌ଆପ ଗ୍ରୁପର ନାଁ ଥିଲା ‘ବ୍ଲାକ ଫ୍ରିଡମ୍‌’। ଏହି ଗ୍ରୁପରେ ଉମେଶ ତାଙ୍କ ପୋଷ୍ଟଟିକୁ ସେୟାର କରିବା ପରେ ତାକୁ ଅନ୍ୟ ଏକ ଗ୍ରୁପରେ ୟୁସୁଫ ସେୟାର କରିଥିଲେ। ଯେଉଁ ଗ୍ରୁପରେ ଉମେଶଙ୍କ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଆଡ୍‌ ହୋଇଥିଲେ। ପରେ ଉଭୟେ ଷଡ଼ଯନ୍ତ୍ର କରି ଉମେଶ କୋହ୍ଲେଙ୍କୁ ହତ୍ୟା କରିଛନ୍ତି।
ତେବେ ଏହାରି ଭିତରେ ଉମେଶଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆଜି ଆସିଛି। ଏଥିରେ ଉମେଶଙ୍କ ମୁଣ୍ଡର ଶିରା, ନିଶ୍ୱାସ-ପ୍ରଶ୍ୱାସ ନଳୀ, ଖାଦ୍ୟ ନଳୀ ଏବଂ ଆଖିର ଭେନ୍‌ ଗୁରୁତର ଆଘାତ ଲାଗିଥିବା ଦର୍ଶାଯାଇଛି। ଧାରୁଆ ଛୁରୀରେ ଗଭୀର ଆଘାତ ଲାଗିଥିବାରୁ ଏସବୁ ଅଙ୍ଗପ୍ରତ୍ୟେଙ୍ଗ ପ୍ରଭାବିତ ହୋଇଥିବା କୁହାଯାଇଛି। ସେହିପରି ରିପୋର୍ଟରେ ଛୁରୀର ଦାଗ ୫ ଇଞ୍ଚ ଓସାର, ୭ ଇଞ୍ଚ ଲମ୍ବ ଏବଂ ୫ ଇଞ୍ଚ ଗଭୀରକୁ ଭେଦ କରିଥିବା ଦର୍ଶାଯାଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଇରଫାନ୍‌ ଖାନଙ୍କୁ ଗତକାଲି ନାଗପୁରରୁ ଗିରଫ କରାଯାଇଛି।
ପୁଲିସର କହିବା ଅନୁଯାୟୀ, ଔଷଧ ଦୋକାନୀଙ୍କୁ ହତ୍ୟା ପାଇଁ ଇରଫାନ୍‌ ଷଡ଼ଯନ୍ତ୍ର ରଚିଥିଲେ। ଏହି ଯୋଜନାରେ ଅନ୍ୟ ୫ ଜଣ ମଧ୍ୟ ସାମିଲ ହୋଇଥିଲେ। ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି ୟୁସୁଫ ଖାନ୍(୪୪), ମୁଦ୍ଦିସିର ଅହହମ୍ମଦ(୨୨), ଶାହରୁଖ ପଠାନ(୨୫), ଅବଦ୍ଦୁଲ ତୋଫିକ୍ୟୁ(୨୪), ସୋଏବ ଖାନ୍‌(୨୨) ଏବଂ ଅତିବ ରସିଦ୍‌। ସମସ୍ତ ଅଭିଯୁକ୍ତଙ୍କ ଘର ଅମରାବତୀରେ ଏବଂ ଏମାନେ ଦିନ ମଜୁରି କରି ପେଟ ପୋଷନ୍ତି। ବର୍ତ୍ତମାନ ସୁଦ୍ଧା ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତ ଜୁନ୍‌ ୨୧ ତାରିଖରେ ଔଷଧ ଦୋକାନୀ ଉମେଶ କୋହ୍ଲେଙ୍କୁ ହତ୍ୟା କରାଯାଇଥିଲା। ରାଜସ୍ଥାନ ଉଦୟପୁରର ଦର୍ଜୀ କହ୍ନେୟାଲାଲଙ୍କୁ ହତ୍ୟାର ସପ୍ତାହେ ପୂର୍ବରୁ ଉମେଶଙ୍କୁ ହତ୍ୟା କରାଯାଇଥିଲା। ପୁଚଲିସ ସୂଚନା ଅନୁସାରେ ୫୪ ବର୍ଷିୟ ଉମେଶ କୋହ୍ଲେ ନୂପୁର ଶର୍ମାଙ୍କ ସମର୍ଥନରେ କିଛି ପୋଷ୍ଟ କରିଥିଲେ । ଏହାକୁ ନେଇ ଜୁନ ୨୧ରେ ତାଙ୍କୁ ହତ୍ୟା କରାଯାଇଛି । ମାମଲାରେ ଆତଙ୍କୀ ଦିଗରୁ ମଧ୍ୟ ତଦନ୍ତ କରାଯାଉଛି ।

ad-week
Leave A Reply

Your email address will not be published.