ଇନ୍ଧନ ସଙ୍କଟ ଯୋଗୁ ଶ୍ରୀଲଙ୍କାରେ ବନ୍ଦ ହେଲା ସବୁ ସ୍କୁଲ

add-all

କଲମ୍ବୋ: ସାଂଘାତିକ ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଆଜି ଠାରୁ ଶ୍ରୀଲଙ୍କାରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ଏ ସମ୍ପର୍କରେ ଶ୍ରୀଲଙ୍କାର ଶିକ୍ଷାମନ୍ତ୍ରୀ ଘୋଷଣା କରିଛନ୍ତି। ଜୁଲାଇ ୪ରୁ ସପ୍ତାହ ଧରି ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ସେ କହିଛନ୍ତି। ଏହାପୂର୍ବରୁ ଜୁନ୍‌ ୧୮ରେ ମଧ୍ୟ ଶ୍ରୀଲଙ୍କା ସରକାର ସପ୍ତାହକ ପାଇଁ ସ୍କୁଲ ଗୁଡ଼ିକ ବନ୍ଦ ଘୋଷଣା କରିଥିଲେ।
ଶ୍ରୀଲଙ୍କା ଶିକ୍ଷାମନ୍ତ୍ରୀ କହିଛନ୍ତି, “କଲମ୍ବୋ ସମେତ ଦେଶରେ ବିଭିନ୍ନ ପ୍ରାନ୍ତରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁମୋଦନ ପ୍ରାପ୍ତ ଘରୋଇ ସ୍କୁଲ ୪ ତାରିଖରୁ ଗୋଟିଏ ସପ୍ତାହ ବନ୍ଦ ରହିବ। ପାୱର କଟ ଯୋଗୁ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟ ସହର ଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ।”
ଶିକ୍ଷା ସଚିବ ନିହାଲ ରଣସିଙ୍ଘେ କହିଛନ୍ତି, ସ୍କୁଲ ଗୁଡ଼ିକ ଅନଲାଇନ କ୍ଲାସ କରିପାରିବେ। ସେହିପରି ଡିଭିଜନାଲ ସ୍ତରରେ ଥିବା ସ୍କୁଲ ଗୁଡ଼ିକ କମ ସଂଖ୍ୟକ ପିଲାଙ୍କୁ ନେଇ କ୍ଲାସ କରିପାରିବେ। ଯେଉଁ ସବୁ ସ୍ଥାନରେ ପରିବହନ ସମସ୍ୟା ନଥିବ, ସେଠାରେ କ୍ଲାସ ହୋଇ ପାରିବ। ସକାଳ ୮ଟାରୁ ଦିନ ୧ଟା ଯାଏ ଅନଲାଇନ କ୍ଲାସ ପାଇଁ ବିଜୁଳି କାଟ ହେବନି ବୋଲି ସେ କହିଛନ୍ତି।
ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ବିଜୁଳି ଉତ୍ପାଦନ ପାଇଁ ତେଲର ଅଭାବ ଦେଖାଦେଇଛି। ଏହି କାରଣରୁ ବିଭିନ୍ନ ସହରରେ ବିଜୁଳି କାଟ କରାଯାଉଛି। ଏବେ ତୈଳ ସଙ୍କଟ ଅଧିକ ହେବାରୁ ସ୍କୁଲ ଗୁଡ଼ିକ ବନ୍ଦ ଘୋଷଣା କରାଯାଇଛି

ad-week
Leave A Reply

Your email address will not be published.